୧୯୮୩ ବ୍ୟାଚର ବନ୍ଧୁମିଳନ
ବଡ଼ସାହି: ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସିଂହଟିଆ ରାଧାକୃଷ୍ଣ ହାଇସ୍କୁଲର ୧୯୮୩ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଙ୍ଗତ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଅମର ଆତ୍ମର ସଦ୍ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ଉପସ୍ଥିତ ଥିବା ଶିକ୍ଷକ ଧୀରେନ୍ଦ୍ର ନାଥ ବେହେରା, ନବ କିଶୋର ସେନାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତେ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଥିଲେ । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ଦମ୍ପତ୍ତି ଯୋଗ ଦେଇଥିଲେ । ପୁରାତନ ଛାତ୍ର ନରେନ୍ଦ୍ର ମୋହନ ମହାନ୍ତଙ୍କ ଆବାହକତ୍ୱରେ ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।