ତ୍ରିିରଙ୍ଗା ଯାତ୍ରାରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

 ଭୁବନେଶ୍ୱର: ଆସନ୍ତା ଶୁକ୍ରାର ଦିନ  ସାରା ଦେଶ ପାଳିବ ୭୯ ତମ ସ୍ୱାଧୀନତା ଦିବସ  । ଫିରଙ୍ଗି ଶାସନରୁ  ଦେଶକୁ ମୁକ୍ତ  କରିଥିବା ରାଷ୍ଟ୍ରର ବୀର ପୁଙ୍ଗମଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବ   ।  ଏହି ଅବସରରେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ଜଗନ୍ନାଥ ପ୍ରଧନଙ୍କ ନେତୃତ୍ୱରେ  ବୁଦ୍ଧନଗରଠାରୁ ବମିଖାଲ ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ "ଘର ତ୍ରିରଙ୍ଗା ଯାତ୍ରା" ଅନୁଷ୍ଠିତ ହୋଇଯାଇଛି  । ଏହି ତ୍ରୀରଙ୍ଗା ଯାତ୍ରାରେ  ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥି, ଭୁବନେଶ୍ୱର ଜିଲ୍ଲା ସଭାପତ ନିରଞ୍ଜନ ମିଶ୍ର, ବୁଦେ୍ଧଶ୍ୱରୀ ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ଜେନା ଓ ଜିଲ୍ଲା, ମଣ୍ଡଳର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ  କାୟ୍ୟକ୍ରମକୁ  ସଫଳ କରିଥିଲେ । ଏହି ଅବସରେ ଶ୍ରୀ ବଂଶଲ ଜନସାଧାଣଙ୍କୁ ସମ୍ବୋଧିତ କରି କହିଥିଲେ ତ୍ରୀରଙ୍ଗା  ହେଉଚି ପ୍ରତ୍ୟକ ଭାରତୀୟଙ୍କର ଗୌରବର ପ୍ରତୀକ । ଏହି ଯାତ୍ରାରେ ସାମିଲ ହେବା ସମସ୍ତିଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ  । ସ୍ୱାଧୀନତାର ୭୬ ବର୍ଷ ପରେ  ପ୍ରତ୍ୟକ ନାଗରୀକ ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ରବାଦ  ସାମିଲ ହୋଇ ଦେଶର  ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ପାଇଁ  ଶ୍ରୀ ବଂଶଲ ଆହ୍ୱାନ ଦେଇଥିଲେ  ।