ବେଆଇନ ମୋହରମ ବୋଝେଇ ହାଇୱା ଜବତ
କବାଟବନ୍ଧ : ମଙ୍ଗଳବାର ବିଛାଖଣ୍ଡି ମହୁଲଖୋଲି ଅଞ୍ଚଳରୁ ଚୋରା ମୋହରମ ବୋଝେଇ କରି ଚଣ୍ଡିଖୋଲ -ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥରେ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା ବେଳେ ଜେନାପୁର ପୁଲିସ ଜବତ କରିଛି । ପୁଲିସ ଉକ୍ତ ହାଇବାକୁ ବାଲିସାହି ଛକ ନିକଟରୁ ଜବତ କରି କାଗଜ ପତ୍ର ଯାଞ୍ଚ କରିଥିଲା । ହେଲେ ଗାଡ଼ିରେ କୌଣସି କାଗଜପତ୍ର ଦର୍ଶାଇ ପାରିନଥିଲା । ବେଆଇନ ମୋରମ ବୋଲି ପୁଲିସ ଅବଗତ କରିବା ପରେ ଗାଡ଼ି ଗୁଡିକୁ ଜବତ କରି ଥାନାକୁ ଆଣିଥିଲା । ଅଟକ ହାଇବା ଓଡି୨୨ଜେ-୫୧୦୫, ଓଆର୨୨ସି, ଓଡି୨୨ଜି-୩୩୯୯ହୋଇଥିବା ବେଳେ ୩ଟି ଗାଡି ନାମରେ ପୃଥକ ମାମଲା ରୁଜୁ କରିଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି । ଉକ୍ତ ଘଟଣା ଉପରେ ଯାଜପୁର ଲଘୁଖଣି ଉପନିର୍ଦେଶକଙ୍କ ଦୃଷ୍ଟି ଗୋଚର କରାଯାଇଥିବା ଜଣାପଡିଛି ।