ପାଇପ୍ ଚୋରି,୨ ଅଭିଯୁକ୍ତ କୋର୍ଟ ଚାଲାଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପଲମ ନିକଟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପରୁ ଲୁହା ପାଇପ୍ ଚୋରି କରିବା ଅଭିଯୋଗରେ ଦୁଇଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୁଲିସ । ସେମାନେ ହେଲେ ଏମଭି-୮ ଗ୍ରାମର ଦେବବ୍ରତ ହାଲଦାର (୩୪) ଓ ଏମଭି-୧୭ ଗ୍ରାମର ଅମିତ ମଣ୍ଡଳ (୩୮) । ମେଗା ପାନୀୟ ଜଳ ପ୍ରକଳ୍ପରୁ ଲୁହା ପାଇପ୍ ଚୋରି କରି ନେଉଥିବା ବେଳେ ଭେଙ୍କଟପଲମ ଓ ପାନିମେଟଲା ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଏହାପରେ ଗ୍ରାମବାସୀ କାଲିମେଳା ପୁଲିସ ଜିମା ଦେବା ପରେ ଏମାନଙ୍କ ବିରୁଦ୍ଧରେ କେସ୍ ନଂ- ୭୨ରେ ଏକ ମାମଲା ରୁଜୁ କରାଯାଇଥିଲା । ଦୁଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଏମାନେ ମେଗା ପାନୀୟ ଜଳ ପ୍ରକଳ୍ପରୁ ଲୁହା ପାଇପ୍ ଚୋରି କରି ଆଣୁଥିଲେ ନା ଏହାର ପଛରେ କିଏ ରହିଛି ତାର ଖୁଲାସା ପୁଲିସ କରିନାହିଁ ।ସମ୍ମିଳିତ ଥିଲା । ଜିଲ୍ଲାପାଳ ଡ଼ା ମହାପାତ୍ର ଏହାପରେ ଚକ୍ଲାପଦର ଗ୍ରାମ ପଞ୍ଚାୟତ ଗସ୍ତ କରି ଆଧାର କେନ୍ଦ୍ର ପରିଦର୍ଶନ ସହ ଚନ୍ଦନଧାରା ଗସ୍ତ କରିଥିଲେ ।