ବ୍ରାଉନସୁଗାର ଜବତ, ୩ ଗିରଫ

 ପୁରୀ : ବ୍ରାଉନସୁଗାର ବିକ୍ରୟ କରୁଥିବା ଅଭିଯୋଗରେ ବାସେଳୀ ସାହି ଥାନା ପୁଲିସ ୩ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨.୩୦ ଗ୍ରାମ୍ ବ୍ରାଉନସୁଗାର, ୨ଟି ମୋବାଇଲ ଫୋନ୍, ୨ଟି ବାଇକ ପୁଲିସ ଜବତ କରିଛି । ଅଭିଯୁକ୍ତମାନେ ହେଲେ ବାସେଳୀ ସାହି ଥାନା ଅନ୍ତର୍ଗତ ତ୍ରୀଦେବ ନଗରର ଆଶିଷ କୁମାର ରଥ (୨୨), ମାର୍କେଣ୍ଡଶ୍ୱର ସାହିର କରଣ ନାୟକ (୨୫), ମିଶ୍ର ନୋଳିଆ ସାହିର ଶିବୁନା ନାୟକ (୨୪) । ସେମାନଙ୍କ ବିରୁଦ୍ଧରେ ଏନ୍ଡ଼ିପିଏସ୍ ଆଇନର ୨୧(ଖ) ଓ ୨୯ ଥାରାରେ ୨୭୩/୨୦୨୪ ନମ୍ବର ମାମଲା ରୁଜୁ କରାଯାଇଛି । ଆଶିଷ ବିରୁଦ୍ଧରେ ପୂର୍ବରୁ ବାସେଳୀ ସାହି ଥାନାରେ ୧ଟି ଓ ଟାଉନ ଥାନାରେ ୨ଟି ମାମଲା ରହିଛି । କରଣ ବିରୁଦ୍ଧରେ ବାସେଳୀ ସାହି ଥାନାରେ ପୂର୍ବରୁ ୩ଟି ଓ ଶିବୁନା ବିରୁଦ୍ଧରେ ଗୋଟିଏ ଓ ସଦର ଥାନାରେ ଗୋଟିଏ ମାମଲା ରହିଛି  ।