ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

 ପଟ୍ଟାମୁଣ୍ଡାଇ: ଓଡିÿଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହ ଗରିବ ଖଟିଖିଆ ସାଧାରଣ ଜନତାର ସ୍ୱାର୍ଥ ଓ ଅଧିକାର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜରାସ୍ତାରେ ଲଢେଇ କରିବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ କହିଛନ୍ତି । ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ୍ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ଶ୍ରୀ ସାହୁ କହିଲେ ବିଗତ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶା ନବୀନ ନେତୃତ୍ୱରେ ନବକଳେବର ହେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ମହିଳା ସଶକ୍ତିକରଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଶିଖର ଛୁଇଁ ଥିବାବେଳେ ବାତ୍ୟା ବନ୍ୟା ଆଦି ବିପର୍ଯୟ ମୁକାବିଲା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ବିଜେପି ସରକାର ମାତ୍ର ୬ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବିକାଶ ନାଁରେ କେବଳ ହତାଶା ସୃଷ୍ଟି କରିଛନ୍ତି ବୋଲି କଟାକ୍ଷ କରିବା ସହ, ଆକାଶଛୁଆଁ ଦର ବୃଦ୍ଧି ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଆସନ୍ତା ୬ ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ସଚିବାଳୟ ଘେରାଉକୁ ସଫଳ କରିବାକୁ ନିବେଦନ କରିଥିଲେ ।
ସମାବେଶରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ରାଜନଗର ବ୍ଲକ୍ ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଗୁଡିଆ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ, ନଗର ବିଜେଡି ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଶିକ୍ଷକ ନେତା ପଞ୍ଚାନନ ଧଳ, ବରିଷ୍ଠ ନେତା ନିମାଇ କର ବର୍ଷିଆନ ନେତା ଯଦୁମଣି ଦାସ, ଯୁବନେତା ଇଂ. ସ୍ୱପ୍ନ ରଞ୍ଜନ ବେହେରା, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବୈବ୍ରତ ବିଶ୍ୱାଳ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାସ, ରାଜନଗର ବ୍ଲକ୍ ବିଜେଡି ସମ୍ପାଦକ ବିଜୟ ନାୟକ, ଆତ୍ମା ଅଧକ୍ଷ ଗୋବର୍ଧନ ପ୍ରଧାନ, ମହିଳା ବିଜେଡି ସଭାନେତ୍ରୀ ରଶ୍ମିରଂଜିତା ସ୍ୱାଇଁ, ଯୁବବିଜେଡି ସଭାପତି ଆର୍ତ୍ତବନ୍ଧୁ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ, ଆଡଭୋକେଟ କ୍ଷୀରୋଦ ପ୍ରଧାନ ଓ ନେତା ଅଜାମ୍ବର ପ୍ରଧାନ ଉପସ୍ଥିତଥିଲେ । ସମାବେଶରେ ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ, ସରପଞ୍ଚ ସଂଗ୍ରାମ ବାରିକ, ପ୍ରିୟବ୍ରତ ଓଝା, ବୁଦ୍ଧିରାମ ବେହେରାବନୋଜ ସେଠୀ, ଅନିଲ ଲେଙ୍କା, ରଂଜିତା ସା, ସୁଶାନ୍ତ ସାମନ୍ତରାୟ, ରାମ ଚନ୍ଦ୍ର ରାଉତ, ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ, ମିନତୀ ପାତ୍ର, ବିଜୟ ରାଉତ, ସୁମନ୍ତ ଦାସ,ସୁଧାଂଶୁ ସାମଲ, ସୁବାଷ ଖଟୁଆ,କାଉନସିଲର ଗୋପୀବଲ୍ଲଭ ନାୟକ,ପ୍ରଶାନ୍ତ ବାରିକ, ମୃତୁ୍ୟଞ୍ଜୟ ପାଢ଼ୀ,ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକ,ଝରଣା ବେହେରା, ସୁବାଷ ମଲିକ, ସାନିଆ ପରମିନ ଯୁବନେତା ଉତ୍ତମ ଖୁଣ୍ଟିଆ ଉପସ୍ଥିତ ଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଯୁବବିଜେଡି ସଭାପତି କୈଳାଶ ସିଂ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଅଶୋକ ଧଳ, ବାବନ ସାହୁ, ଉତ୍ତମ ଖୁଣ୍ଟିଆ ସଂଗ୍ରାମ ସ୍ୱାଇଁ, ଏମଡି ପପୁ, ଦିଲ୍ଲୀପ ସାହୁ, ଶଶିକାନ୍ତ ପଣ୍ଡା, ନଣ୍ଡା ଦାସ, ପ୍ରେମାନନ୍ଦ ସେଠୀ, ହରିହର ସାହୁ ପରିଚାଳନା କରିଥିଲେ ।