ଗୋପିନାଥ ଦେବ ମନ୍ଦିର ହେବ ପଯ୍ୟଟନ ସ୍ଥଳ


ାା ପ୍ରଭାନୁ୍ୟଜ୍ ।ା ପିପିଲି,  : ଐତିହ୍ୟ ସମ୍ପନ୍ନ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ମନ୍ଦିରର ହେବ ବିକାଶ । ପର୍ଯ୍ୟଟକମାନଙ୍କର ବେଶ ଭିଡ଼ ଜମିବ । ରାଜ୍ୟ ସରକାରଙ୍କ ପକ୍ଷରୁ ତିନି କୋଟି ଟଙ୍କା ବିନିମୟରେ ହେବ ବିକାଶ । ଏହାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବାବେଳେ ସ୍ଥିତି ପରଖିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଙ୍କ ସହିତ ବିଭାଗୀୟ ଅଧିକାରୀ ।
ପୁରୀର ଗଜପତି ଦ୍ୱିତୀୟ ମୁକୁନ୍ଦଦେବ ୧୫୬୮ ଖ୍ରୀଷ୍ଟାଦ୍ଦରେ ପିପିଲି ନିକଟ ଦାଣ୍ଡମୁକୁନ୍ଦପୁର ଶାସନ ଗ୍ରାମ ସ୍ଥାପନ କରିଥିଲେ । ଗଜପତିଙ୍କ ନାମାନୁସାରେ ଗ୍ରାମର ନାମକରଣ କରାଯାଇଥିଲା । ବ୍ରାହ୍ମଣ ଶାସନ ବସାଇବା ସହିତ ଗ୍ରାମରେ ଏକ ମନ୍ଦିର ନିର୍ମାଣ କରିଥିଲେ । ଉକ୍ତ ମନ୍ଦିରର ନାମ ଗୋପିନାଥ ଦେବ ହୋଇଥିଲା । ମନ୍ଦିରର ଚତଃପାଶ୍ୱର୍ ସବୁଜ ବନାନୀରେ ପରିପୂର୍ଣ୍ଣ ହୋଇଥିଲା । ଏହି ମନ୍ଦିର ଚାରୁକଳା ବେଶ ଆକର୍ଷଣୀୟ ହୋଇ ରହିଥିବାବେଳେ ଏହା ଅନେକ ସ୍ମୃତି ବହନ କରୁଥିଲା । ଏହି ମନ୍ଦିରର ଅନେକ ଅଂଶ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି । ତେବେ ଏହାର ରକ୍ଷଣାବେକ୍ଷଣ ସହିତ ମରାମତି କରାଯିବା ପାଇଁ ରାଜ୍ୟ ସରାକର ଉଦ୍ୟମ ଆରମ୍ଭ କରିଛନ୍ତି । ମନ୍ଦିର ପରିସରରେ  ଗୋଷ୍ଠୀକେନ୍ଦ୍ର ନିର୍ମାଣ  ମନ୍ଦିରର ମରାମତି ଶୈାଚାଳୟ ଠାରୁ ଆରମ୍ଭ କରି ମନ୍ଦିରର ଆଲୋକିକରଣ ଜଳ ନିଷ୍କାସନ ସହିତ ବିିଭିନ୍ନ  ଉନ୍ନତି ମୁଳକ କାର୍ଯ୍ୟକରିବା ପାଇଁ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ କହିଛନ୍ତି । ଏହା ସହିତ ବଡ଼ ପୋଖରୀର ଚତୁଃପାଶ୍ୱର୍ ସୋ÷ନ୍ଦର୍ଯ୍ୟ କରଣ ସାଙ୍ଗକୁ ପର୍ଯ୍ୟଟକମାନେ ପୁଷ୍କରିଣୀରେ ପରିଭ୍ରମଣ କରିବା ପାଇଁ ନୋ÷କା ବିହାର ବ୍ୟବସ୍ଥା କରାଯିବ । ଯେଉଁଥିରେ ପର୍ଯ୍ୟଟକ ଙ୍କ ଠାରୁ ଆରମ୍ଭ କରି ଅଂଚଳବାସୀ ନିଜର କ୍ଲାନ୍ତ ମେଂଟାଇବା ସହିତ ଆମୋଦ ପ୍ରମୋଦ ଚିତୋବିନୋଦନ କରିପାରିବେ । ଭକ୍ତ ସାଲବେଗ ଙ୍କ ପାଇଁ ଏକ ସ୍ମୃତି ଫଳକ ନିର୍ମାଣ ସହିତ ଗଜପତି ମୁକୁନ୍ଦଦେବ ଙ୍କ ପ୍ରତିମୂର୍ତୀ ଦାଣ୍ଡମୁକୁନ୍ଦପୁର ବଜାରକୁ ବାଇପାସ ପ୍ରବେଶ ପଥ ନିକଟରେ ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ବିଭାଗ ପକ୍ଷରୁ ଜିତେନ୍ଦ୍ର ପ୍ରସାଦ ବେହେରା ଠିକା ସଂସ୍ଥା ମାଧ୍ୟମରେ ୩ କୋଟି ଟଙ୍କା ବିନିମୟରେ ମନ୍ଦିରର ସୈାନ୍ଦର୍ଯ୍ୟ କରଣ କାର୍ଯ୍ୟ ସାଙ୍ଗକୁ ଉନ୍ନତି କରଣ କାର୍ଯ୍ୟ କରାଯାଉଛି । ତେବେ ଏହି ନିର୍ମାଣ କାର୍ଯ୍ୟ କିଭଳି ରହିଛି ତାହାର ତଦାରଖ କରିବା ପାଇଁ ଆଜି ପିପିଲି ବିଧାୟକ ଆଶ୍ରିତ୍ ପଟ୍ଟନାୟକଙ୍କ ସହିତ ବିଭାଗୀୟ ଅଧିକାରୀ ମନ୍ଦିରରେ ପହଂଚିଥିଲେ । ସେଠାରେ କାର୍ଯ୍ୟର ସମୀକ୍ଷା କରିବା ସହିତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ବିଭାଗକୁ ବିଧାୟକ କହିଥିବାବେଳେ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ପିପିଲି ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସିଦେ୍ଧଶ୍ୱର ବେହେରା କହିଛନ୍ତି । ଓଡ଼ÿିଶାର କଳା ସଂସ୍କୃତି ଏବଂ ଇତିିହାସକୁ ପୁନର୍ଜିବତି କରିବା ସହିତ ଏହି କଳାକୃତିକୁ ବଂଚାୟ ରଖି ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କୁ ଦାଣ୍ଡମୁକୁନ୍ଦପୁର ବାସୀ ସ୍ୱାଗତ କରିଛନ୍ତି । ତେବେ ଯେତିକି ଅର୍ଥ ଆସିଛି ସେଥିରେ ନିର୍ମାଣ କାର୍ଯ୍ୟ ଚାଲୁ ରହୁ । ଯଦି ଅଧିକ ଅର୍ଥର ଆବଶ୍ୟକତା ପଡ଼େ ତେବେ ପର୍ଯ୍ୟଟନ ବିଭାଗ କୁ ଅନୁରୋଧ କରି ଏହାର ବିକାଶ ଏବଂ ସୋ÷ନ୍ଦର୍ଯ୍ୟ କରଣ ଜାରି ରହି ଏହାକୁ ରାଜ୍ୟରେ ଏକ ସ୍ୱତନ୍ତ୍ର ପଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପରେଶ ମିଶ୍ର ପୂର୍ବତନ ସରପଂଚ ପ୍ରଦୀପ ସାହୁ ଶରତଚନ୍ଦ୍ର ମିଶ୍ର ପ୍ରବୋଧ ଚନ୍ଦ୍ର ମିଶ୍ର ଦ୍ୱିତୀକୃଷ୍ଣ ପଟ୍ଟନାୟକ ସତ୍ୟବାଦୀ ମିଶ୍ର ରଂଜିତ ପଣ୍ଡା ରଜନୀ ପଣ୍ଡା  ବାବୁ ସାହୁ ଦିବାକର ମିଶ୍ର ପୂର୍ଣ୍ଣଚନ୍ଦ୍ର ମିଶ୍ର ସୁଦିପ୍ତ ମିଶ୍ର ଦେବି ପ୍ରସାଦ ମଲ୍ଲିକ ଯୋଗେନ୍ଦ୍ର ସ୍ୱାଇଁଙ୍କ ସମେତ ଶତାଧିକ ଗ୍ରାମାବସୀ ଉପସ୍ଥିତ ରହିଥିଲେ ।