କ’ଣ ଘୋଷଣା କଲେ ନିର୍ମଳା
budget 2025-26, Narendra Modi, Nirmala Sitaraman

ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଗତ ୧୦ ବର୍ଷରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯାଇଛି । ମହିଳା ଓ ମଧ୍ୟବିତଙ୍କ ଉପରେ ସ୍ୱତନ୍ତ୍ର ଫୋକସ ମଧ୍ୟ କରାଯାଇଛି । ଅଷ୍ଟମ ଥର ପାଇଁ ଲଗାତର ବଜେଟ୍ ଉପସ୍ଥାପନ କରି ନିର୍ମଳା ବିରଳ କ୍ଳବରେ ମଧ୍ୟ ସାମିଲ୍ ହୋଇଛନ୍ତି । ବଜେଟରେ କୃଷି ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଭାରତର ଅର୍ଥନୀତିକ ସମୃଦ୍ଧି ସାରା ବିଶ୍ୱକୁ ଚକିତ କରିଛି ବୋଲି ନିର୍ମଳା କହିଛନ୍ତି । ଚଳିତ ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।