୯ଟି ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ

 ଭୁବନେଶ୍ୱର : ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ । ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ୱର ସହ, କୁନ୍ଦୁରାକୁ କଟକ ସହ ଏବଂ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମୌଳିକ ଜନସାଧାରଣ ପରିବହନ ଭିତ୍ତିଭୂମି ବିକାଶ ସହିତ ଆମର ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ