ହ୍ୱିଲିଂ ଚାର୍ଜରେ ପଚାଶ ପ୍ରତିଶତ ଛାଡ଼

ରାଜ୍ୟରେ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି 2022 (Odisha Renewable Energy Policy 2022) ପ୍ରଣୟନ କରାଯାଇଥିଲା । ତେବେ, ଏହି ନୀତିର କାର୍ଯ୍ୟାନ୍ୱୟନରେ ଚିହ୍ନଟ ହୋଇଥିବା ପରିଚାଳନାଗତ ଅସୁବିଧାକୁ ଦୃଷ୍ଟିରେ ରଖି ନୀତିକୁ ଅଧିକ  ଆକର୍ଷଣୀୟ କରିବା ତଥା ଏହାର ସୁଗମ କାର୍ଯ୍ୟକାରିତା ପାଇଁ ଆଜି ରାଜ୍ୟ କ୍ୟାବିନେଟ ସଂଶୋଧିତ  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।   ସଂଶୋଧିତ ପ୍ରସ୍ତାବ ଅନୁସାରେ ଏହି ନୀତିର ଅବଧି ମଧ୍ୟରେ ଅର୍ଥାତ 15 ବର୍ଷ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ବ୍ୟବହାର ନିମନ୍ତେ ହ୍ୱିଲିଂ ଚାର୍ଜରେ ପଚିଶ ପ୍ରତିଶତ  ପରିବର୍ତ୍ତେ ପଚାଶ ପ୍ରତିଶତ ଛାଡ଼ ପ୍ରଦାନ କରାଯାଇଛି । ତେବେ ଅନ୍ୟ Renewable Energy  ପ୍ରକଳ୍ପଗୁଡିକ ପାଇଁ ହ୍ୱିଲିଂ ଚାର୍ଜରେ ପ୍ରଚଳିତ ୨୫ ପ୍ରତିଶତ ଛାଡ଼ ବଳବତ୍ତର ରହିବ । ଆହୁରି ମଧ୍ୟ ପୂର୍ବ ନୀତି ଅନୁଯାୟୀ, ୧୦  କିମ୍ବା ତଦୁର୍ଦ୍ଧ୍ୱ ବାସଗୃହ ଥିବା ଜନବସତିର ୧ କିମି ପରିସର ମଧ୍ୟରେ ପବନ କଳ ସ୍ଥାପନକୁ ବାରଣ କରାଯାଇଥିଲା । ତେବେ ଭାରତ ସରକାରଙ୍କ  ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ   କାର୍ଯ୍ୟାଳୟ ପତ୍ର ତା-୪-୦୭-୨୦୨୪  ଏବଂ ଏହାର ସଂଶୋଧିତ ପ୍ରାବଧାନ ଅନୁଯାୟୀ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି ।