କିଣା ସରିଲାଣି ୭୦ ଲକ୍ଷ ମେଟ୍ରିକ୍ ଟନ ଧାନ: ମେ’ ପହିଲାରୁ ରବି ଧାନକିଣା

 ଭୁବନେଶ୍ୱର:  ଏଯାଏଁ ୭୦ ଲକ୍ଷ ମେଟି୍ରକ୍ ଟନ୍ ଧାନ କିଣା ଶେଷ ହୋଇଥିବାବେଳେ ରବି ଋତୁ ପାଇଁ ମେ’ ପହିଲାରୁ ଧାନ କିଣା ଆରମ୍ଭ ହେବ  । ସେହିପରି ଜନପୋଷଣ କେନ୍ଦ୍ରରେ ପୁଷ୍ଟିଯୁକ୍ତ ଶସ୍ୟ ମିଳିବ  । ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଭାଗୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି  । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି  । ଏହି ସମୀକ୍ଷା ବୈଠକରେ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବସଂଜୟ କୁମାର ସିଂହ, ଖାଦ୍ୟ ଯୋଗାଣ ନିଗମର ଏମଡ଼ି ଶୁଭମ୍ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ  । ରାଜ୍ୟରେ ଜାରି ଖରିଫ ଧାନକିଣା ଋତୁରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷ ୬୫ ହଜାର ଚାଷୀଙ୍କ ଠାରୁ ୭୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି  । ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପାଖାପାଖି ୧୫ ହଜାର ୬୧୩ କୋଟି ଟଙ୍କା ଓ ଇନପୁଟ ସହାୟତା ଭାବେ ୫୪୩୦ କୋଟି ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି  ।  ରବି ଋତୁ ପାଇଁ ଆସନ୍ତା ମଇ ପହିଲାରୁ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ  । ଚଳିତ ମାସରୁ ଏଥିପାଇଁ ପଞ୍ଜୀକରଣ କରାଯିବ  ।  ସେହିଭଳି ରାଜ୍ୟରେ ୯୨% ହିତାଧିକାରୀମାନଙ୍କ ଇ-କେୱାସି ପ୍ରକ୍ରିୟା ଶେଷ ହୋଇଛି  । ଏ ପର୍ଯ୍ୟନ୍ତ ପ୍ରକ୍ରିୟାରେ ସାମିଲ ହୋଇ ନଥିବା ପ୍ରାୟ ୩୦ ଲକ୍ଷ ୮୪ ହଜାର ହିତାଧିକାରୀଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି  । ଅଧିକାରୀମାନେ ଘର ଘର ବୁଲି ସେମାନଙ୍କର ତଥ୍ୟ ହାସଲ କରିବେ  ।   ଅନ୍ୟ ପକ୍ଷରେ ରାଜ୍ୟରେ ନିର୍ଦ୍ଦିଷ୍ଟ ୩୦ଟି ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ଜନପୋଷଣ କେନ୍ଦ୍ର ଭାବେ ପରୀକ୍ଷାମୂଳକ ଭାବେ ରୂପାନ୍ତରିତ କରାଯାଇ ଏଠାରେ ରାସନ ସାମଗ୍ରୀ ସହ ପୁଷ୍ଟିଯୁକ୍ତ ଉତ୍ପାଦ ପ୍ରଦାନ କରିବାକୁ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଛି  ।  
ରାଜା ଚକ୍ରଙ୍କ ପଛରେ...
ଅନିୟମିତତା ନେଇ ଅଭିଯୋଗ ଆସିଥିଲା  ।ଏନେଇ ଖୋଳତାଡ଼ ପରେ ରାଜା ଚକ୍ର ଇଓଡବ୍ଳୁ୍ୟ ସ୍କାନରକୁ ଆସି ଯାଇଥିଲେ  । ରାଜାଙ୍କୁ ମାରାଥନ୍ ଜେରା କରିବା ସହ ତାଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ଉପରେ ଗତ କିଛିଦିନ ଧରି ଚଢ଼ାଉ ଜାରିରହିଛି  । ରାଜାଙ୍କ ଦ୍ୱାରା ପରିଚାଳିତ ୧୯ଟି ଗାଡ଼ି ଜବତ ମଧ୍ୟ କରାଯାଇଛି  । ଦାମୀ ଗାଡ଼ି ଓ ବାଇକ ଜବତ କରିବା ସହ ଏହି କଳା ସାମ୍ରାଜ୍ୟ ଶହ ଶହ କୋଟିର ବୋଲି ଅନୁମାନ କରାଯାଉଛି  ।