ପୁଣି ମଣିପୁର ଅଶାନ୍ତ: ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ଜଣେ ମୃତ, ୨୭ ସୁରକ୍ଷା କର୍ମୀ ଆହତ

 ନୂଆଦିଲ୍ଲୀ :  ମଣିପୁର ପୁଣି ଅଶାନ୍ତ ହୋଇଯାଇଛି  । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିଦେ୍ର୍ଦଶକ୍ରମେ ଆଜିଠାରୁ ମଣିପୁରରେ ଯାତାୟତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା  । କନପୋକପି ଜିଲ୍ଲାରେ କର୍ଫୁ୍ୟ ଜାରି ଥିବାବେଳେ ଜାତୀୟ ରାଜପଥ-୨ରେ ବିକ୍ଷୋଭକାରୀମାନେ ହିଂସାକୁ ଆବୋରି ନେଇଥିଲେ  । ସେମାନେ ଟାୟାର ଜାଳିବା ସହ ଗାଡ଼ି ବି ଜାଳି ଦେଇଥିଲେ  । ଇମ୍ଫାଲ-ଦିମାପୁର ରାଜପଥରେ ସେମାନେ  ରାସ୍ତାରୋକ କରିବାରୁ ସୁରକ୍ଷା କର୍ମୀମାନେ ହଟାଇବା ପାଇଁ ଆସିଥିଳେ  । ତେବେ ସେଠାରେ କୁକି-ଜୁ ସମ୍ପ୍ରଦାୟଙ୍କ ସହ ସୁରକ୍ଷା କର୍ମୀଙ୍କ ମୁହାଁମୁହିଁ ହୋଇଥିଲେ  । ବିକ୍ଷୋଭକାରୀଙ୍କ ଆକ୍ରମଣରେ ୨୭ ସୁରକ୍ଷା କର୍ମୀ ଆହତ ହୋଇଥିବାବେଳେ ଜଣେ ସାଧାରଣ ବ୍ୟକ୍ତି ମୃତୁ୍ୟବରଣ କରିଛନ୍ତି  ।