ଆଜି କ୍ୟାବିନେଟ୍


 ଭୁବନେଶ୍ୱର : ବସିବ ରାଜ୍ୟ କ୍ୟାବିନେଟ୍  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ  । ଆସନ୍ତା ଜୁନ୍ ୧୨ରେ ସରକାର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିବେ  । ଗତବର୍ଷ ଶପଥ ନେବା ପରେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ  । ବର୍ଷ ପୂର୍ତ୍ତି ପୂର୍ବରୁ ଏହା ଶେଷ କ୍ୟାବିନେଟ ବୈଠକ ହୋଇଥିବାରୁ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସରକାର ଆଉ କିଛି ଘୋଷଣା କରିବାର ସମ୍ଭାବନା ରହିଛି  । ସେହିପରି ଜୁନ୍ ୧୨ରେ ମଧ୍ୟ କ୍ୟାବିନେଟ ବୈଠକ ହେବ ବୋଲି ଚର୍ଚ୍ଚା ହେଉଛି  ।