ଏସଓଡ଼ିସି ଟାସ୍କ ଫୋର୍ସ : ସାମିଲ୍ ହେଲେ ସପ୍ତଗିରି ଓ ସତ୍ୟଜିତ୍
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଗଠିତ ଟାସ୍କଫୋର୍ସରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟଯେ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ୯ ଜଣ ସଦସ୍ୟ ଅଛନ୍ତି ଏବଂ ୩ ଜଣ ଏକ୍ସ ଅଫସିଓ ସଦସ୍ୟ ଅଛନ୍ତି । ଏହି ଦୁଇ ନୂଆ ସଦସ୍ୟଙ୍କ ସହିତ ଏହି ଟାସ୍କଫୋର୍ସରେ ବର୍ତ୍ତମାନ ୧୧ ଜଣ ସଦସ୍ୟ ହେଲେ ।