କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି, ୧୦ ରାଜ୍ୟରେ ହେବ ୧୨ ସ୍ମାର୍ଟ ଶିଳ୍ପ ସହର
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଭାରତ ଖୁବଶୀଘ୍ର ଶିଳ୍ପ ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ୨୮,୬୦୨ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ୧୨ଟି ନୂତନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହି ପଦକ୍ଷେପ ଦେଶର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପ ନୋଡ୍ ଓ ସହରଗୁଡ଼ିକର ଏକ ଦୃଢ଼ ନେଟୱର୍କ ସୃଷ୍ଟି କରିବ ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାକୁ ପ୍ରୋସôାହିତ କରିବ । ୧୦ଟି ରାଜ୍ୟରେ ୬ଟି ପ୍ରମୁଖ କରିଡର ସହିତ ଏହି ପ୍ରକଳ୍ପଗୁଡ଼ିକ ଭାରତର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ଉତ୍ତରାଖଣ୍ଡର ଖୁର୍ପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘୀ, କେରଳର ପଲକ୍କଡ, ଉତ୍ତରପ୍ରଦେଶର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜାହିରାବାଦ, ଆନ୍ଧ୍ରପ୍ରଦେଶର ଓର୍ଭାକଲ ଓ କୋପ୍ପର୍ତ୍ତି ଏବଂ ରାଜସ୍ଥାନର ଯୋଧପୁର-ପାଲିରେ ଏହି ଶିଳ୍ପାଞ୍ଚଳ ଅବସ୍ଥିତ ।
ଏନଆଇସିଡିପିକୁ ଉଭୟ ବୃହତ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ରେ ପୁଞ୍ଜିନିବେଶ ପାଇଁ ସୁବିଧା ପ୍ରଦାନ କରି ଏକ ଜୀବନ୍ତ ଶିଳ୍ପ ଇକୋସିଷ୍ଟମକୁ ପ୍ରୋସôାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ନୂଆ ଶିଳ୍ପ ସହରଗୁଡିକୁ ବିଶ୍ୱସ୍ତରୀୟ ମାନର ଗ୍ରୀନଫିଲ୍ଡ ସ୍ମାର୍ଟ ସିଟି ଭାବରେ ବିକଶିତ କରାଯିବ, ଯାହା ‘ପ୍ଲଗ୍-ଏନ୍-ପ୍ଲେ’ ଏବଂ ‘ୱାକ୍-ଟୁ-ୱାର୍କ’ ଅବଧାରଣାକୁ ଆଧାର କରି ‘‘ଚାହିଦା ପୂର୍ବରୁ’’ ନିର୍ମିତ ହେବ । ଏହି ପ୍ରକଳ୍ପଗୁଡ଼ିକର ଅନୁମୋଦନ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ । ଯୋଜନାବଦ୍ଧ ଶିଳ୍ପାୟନ ମାଧ୍ୟମରେ ଆନୁମାନିକ ୧ ନିୟୁତ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୩ ନିୟୁତ ପରୋକ୍ଷ ନିଯୁକ୍ତି ସମେତ ଏନଆଇସିଡିପି ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ଆଇସିଟି-ସକ୍ଷମ ୟୁଟିଲିଟି ଏବଂ ସବୁଜ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରି ଏନଆଇସିଡିପି ଅଧୀନରେ ପ୍ରକଳ୍ପଗୁଡିକୁ ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ ଡିଜାଇନ୍ କରାଯାଇଛି ।