ୟୁନିଫାଏଡ୍ ପେନସନ୍ ସ୍କିମ୍ ବିଷୟରେ ସୂଚନା ଦେଲେ ଡିଆରଏମ୍


ାା ପ୍ରଭାନୁ୍ୟଜ୍ ।ା ଜଟଣୀ : କ୍ୟାବିନେଟ ଦ୍ୱାରା ଅନୁମୋଦିତ ୟୁନିଫାଏଡ୍ ପେନସନ୍ ଯୋଜନା (ୟୁପିଏସ୍) ଘୋଷଣା ହେବା ପରେ ଏହାର ବିଭିନ୍ନ ବୈଶିଷ୍ଟ୍ୟ ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ଏସ ବାଜ୍ୱା ନୂତନ ଭାବରେ ପରିଚିତ ୟୁନିଫାଏଡ୍ ପେନସନ୍ ଯୋଜନାର ବିଭିନ୍ନ ବୈଶିଷ୍ଟ୍ୟ ବିଷୟରେ ସୂଚନା ଦେଇଛନ୍ତି । ଯେପରିକି ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ସେବା ପାଇଁ, ଅବସର ପୂର୍ବ ୧୨ ମାସର ହାରାହାରି ମୌଳିକ ବେତନର ୫୦%, ୨୫ ବର୍ଷରୁ କମ ଏବଂ ସର୍ବନିମ୍ନ ୧୦ ବର୍ଷ ସେବା ଅବଧି ପାଇଁ ଆନୁପାତିକ କର୍ମଚାରୀଙ୍କ ମୃତୁ୍ୟ ପରେ, ପେନସନ୍ ର ୬୦% ପାରିବାରିକ ପେନସନ ଓ ସର୍ବନିମ୍ନ ୧୦ ବର୍ଷ ସେବା  ପରେ ଅବସରପ୍ରାପ୍ତ ହେଲେ, ନିଶ୍ଚିତ ସର୍ବନିମ୍ନ ପେନସନ୍ ମାସକୁ ୧୦ ହଜାର ଟଙ୍କା । ଗ୍ରାଚୁ୍ୟଇଟି ବ୍ୟତୀତ ଅବସରପ୍ରାପ୍ତ ସମୟରେ ଏକ ମୋଟା ଅଙ୍କର ଦେୟ ମିଳିବ । ଯାହା ହେଉଛି, ପ୍ରତ୍ୟେକ ଛଅ ମାସର ସେବା ପାଇଁ, ମାସିକ ବେତନର ୧/୧୦ ଦଶକ (ଦେୟ + ଡିଏ) । ଏହି ଦେୟ ନିଶ୍ଚିତ ପେନସନର ପରିମାଣକୁ ହ୍ରାସ କରିବ ନାହିଁ । ୟୁପିଏସ୍ର ବ୍ୟବସ୍ଥା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ । ଯେଉଁମାନେ ନୂତନ ପେନସନ୍ ସ୍କିମ୍ ଅଧୀନରେ ଅବସର ନେଇଛନ୍ତି । ବର୍ତ୍ତମାନ ତଥା ଭବିଷ୍ୟତର କର୍ମଚାରୀ ମାନେ ଏନ୍.ପି.ଏସ୍  କିମ୍ବା  ୟୁ.ପି.ଏସ୍ ରେ ଯୋଗଦେବାର ଏକ ଥର ବିକଳ୍ପ ପାଇଁ ସୁଯୋଗ ପାଇବେ । କର୍ମଚାରୀଙ୍କ ଅବଦାନ ବୃଦ୍ଧି ପାଇବ ନାହିଁ । ୟୁନିଫାଏଡ୍ ପେନସନ୍ ସ୍କିମ୍ ଅଧୀନରେ ସରକାରଙ୍କ ଅବଦାନ ୧୪% ରୁ ୧୮.୫% କୁ ବୃଦ୍ଧି ପାଇଛି । ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ବାଜ୍ୱା କହିଛନ୍ତି ଯେ, ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ବର୍ତ୍ତମାନ ମୋଟ ୧୮ ହଜାର ୮୯୩ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି, ସେଥିମଧ୍ୟରୁ ୧୩ ହଜାର ୮୫୨ ଜଣ କର୍ମଚାରୀ ନୂତନ ପେନସନ୍ ସ୍କିମ୍ ଅଧୀନରେ ଅଛନ୍ତି । ବର୍ତ୍ତମାନ ଏହି କର୍ମଚାରୀମାନେ ୟୁନିଫାଏଡ୍ ପେନସନ୍ ସ୍କିମ୍ ଚୟନ କରିବାକୁ ଯୋଗ୍ୟ ହେବେ, ଯେଉଁଥିପାଇଁ ସେମାନେ ନିଶ୍ଚିତ ପେନସନର ସୁବିଧା ପାଇବେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିଅନର ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ, ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ସୁନିଲ୍ ଭଞ୍ଜ, ପ୍ରଦୀପ କୁମାର ବେହେରା ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା), ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ଶୁଭ୍ରଜ୍ୟୋତି ମଣ୍ଡଳ, ବରିଷ୍ଠ କାର୍ମିକ ଅଧିକାରୀ ଆରଏନ୍ ଏ ପରିଡ଼ା, ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ହିମାଦ୍ରି ଭୂଷଣ ବିଶ୍ୱାଳ ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟି ପ୍ରବନ୍ଧକ ଅନୀଲ କୁମାର ଏସ୍ ଉପସ୍ଥିତ ଥିଲେ ।