କାନାଡାକୁ USAର ୫୧ତମ ରାଜ୍ୟ କହିଲେ ଟ୍ରମ୍ପ, ଟ୍ରୁଡୋ ରାଗିଗଲେ
ହାଇପର ଆକ୍ଟିଭ ମୁଡ୍ରେ ଅଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶପଥ ପୂର୍ବରୁ ହିଁ ସେ ତାଙ୍କ ନୂଆ ମିଶନ ଆରମ୍ଭ କରିଦେଇଛନ୍ତି। ମେକ୍ ଆମେରିକା ଗ୍ରେଟ ପୁନର୍ବାର ସ୍ଲୋଗାନ ଦେଇଥିବା ଟ୍ରମ୍ପ ବର୍ତ୍ତମାନ ଅଫଖଣ୍ଡ ଆମେରିକା ଗଢିବାକୁ ପ୍ଲାନ କରିଛନ୍ତି। ବର୍ତ୍ତମାନ ସେ କାନାଡାକୁ ଆମେରିକାର ୫୧ ତମ ରାଜ୍ୟ କରିବାକୁ ସ୍ଥିର କରିଛନ୍ତି। ଏହାକୁ ନେଇ ସେ ଇଟି ମାନଚିତ୍ର ମଧ୍ୟ ସେୟାର କରିଛନ୍ତି।
ମଙ୍ଗଳବାର ଟ୍ରମ୍ପ ତାଙ୍କ ଟ୍ରୁଥ ମିଡିଆରେ ଆମେରିକାର ଦୁଇଟି ମାନଚିତ୍ର ସେୟାର କରିଛନ୍ତି ଯେଉଁଥିରୁ ଗୋଟିଏରେ ସେ କାନାଡାକୁ ଆମେରିକାର ଅଂଶ ଭାବରେ ଦର୍ଶାଇଛନ୍ତି। ଆଉ ଏକ ମାନଚିତ୍ରରେ କାନାଡାକୁ ନେଇ ସେ ତାଙ୍କର ଉଦ୍ଦେଶ୍ୟ କ'ଣ ତାହା ପ୍ରକାଶ କରିଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।