ବାଇଡେନଙ୍କ କ୍ୟାନ୍ସର
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ମୂତ୍ରାଶୟ (ପ୍ରୋଷ୍ଟେଟ୍) କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି । ଆମେରିକା ସ୍ଥିତ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହା ସ୍ପଷ୍ଟ କରାଯାଇଛି । ଗତ ସପ୍ତାହରେ ସେ ମୂତ୍ରାଶୟ ଜନିତ ସଂକ୍ରମଣରେ ପୀଡ଼ିତ ହୋଇଥିବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ନିରୀକ୍ଷା କରିବା ପରେ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଏହି କର୍କଟ ରୋଗ ଷ୍ଟେଜ୍-୪ରେ ଥିବା ସ୍ପଷ୍ଟ କରିଛନ୍ତି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର । ପ୍ରୋଷ୍ଟେଟ୍ କ୍ୟାନ୍ସର୍ ବାଇଡେନ୍ଙ୍କ ବୋନ୍କୁ ସଂକ୍ରମିତ କରିଥିବା ନେଇ ରିପୋର୍ଟ ଆସିଛି । ଅର୍ଥାତ ସେ ଷ୍ଟେଜ୍-୪ରେ ରହିଛନ୍ତି । ତେଣୁ ବାଇଡେନ୍ଙ୍କ କ୍ୟାନ୍ସର୍ ଚିକିସôା ମୁସ୍କିଲ୍ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ବର୍ତ୍ତମାନ ସମୟରେ ଏହାକୁ କେବଳ ଚିକିସôା ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ । ଏବେ ବାଇଡେନ୍ଙ୍କ ବିକଳ୍ପ ଚିକିସôା ପାଇଁ ଡାକ୍ତରମାନେ ଚିନ୍ତା କରୁଥିଲେ ମଧ୍ୟ ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ୟୁରୋଲୋଜିଷ୍ଟ୍ଙ୍କ କହିବା ମୁତାବକ ବାଇଡେନ୍ଙ୍କ ଏଣ୍ଡ୍ରୋଜେନ୍ ଥେରାପି ହୋଇପାରିବ । ଯେଉଁମାନେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ରେ ପୀଡିତ ହୁଅନ୍ତି, ସେମାନଙ୍କ ରୋଗ ଚିହ୍ନଟ ହେଉହେଉ ଚିକିସôା ଆରମ୍ଭ କରାଯାଇଥାଏ । ପ୍ରଥମେ ଏଣ୍ଡ୍ରୋଜେନ୍ ଡିପ୍ରିବେସନ୍ ଥେରାପିରୁ ଚିକିସôା ଆରମ୍ଭ ହୋଇଥାଏ । ଏହାଦ୍ୱାରା କ୍ୟାନ୍ସର୍ ସେଲ୍ ସଂକ୍ରମଣକୁ ଧିମା କରିବାକୁ ପ୍ରୟାସ କରାଯାଇଥାଏ । ହେଲେ ରିପୋର୍ଟ ମୁତାବକ କ୍ୟାନ୍ସର ବାଇଡେନ୍ଙ୍କ ବୋନ୍କୁ ସଂକ୍ରମଣ କରିଛି । ତାଙ୍କ ଚିକିସôା କରିବାଦ୍ଭ ମେଡିକାଲ ଟିମ୍ ପାଇଁ ସହଜ ହେବନି । ସୂଚନା ଯେ, ୨୦୨୩ରେ ସେ ରାଷ୍ଟ୍ରପତି ଥିବା ସମୟରେ ହ୍ୱାଇଟ୍ ହାଉସ୍ର ଡାକ୍ତର କେଭିନ୍ ଓ କନର୍ ସେ ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ନେଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କ ଛାତିରେ ଏକ ସଂକ୍ରମଣ ହୋଇଥିବା ନେଇ ଜଣାପଡ଼ିବା ପରେ ତାହାକୁ ଅପରେସନ୍ କରି କାଢ଼ି ଦିଆଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ସେତେବେଳେ କହିଥିଲେ ହ୍ୱାଇଟ୍ ହାଉସ୍ ଡାକ୍ତର ।