ଖୋଲୁଛି ଜ୍ୟୋତିର ଗୁମର ପେଡ଼ି


 ନୂଆଦିଲ୍ଲୀ: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୂଜା ମାଲହୋତ୍ରାକୁ ଗିରଫ କରାଯାଇଛି । ୨୦୨୩ରେ ସେ ପାକିସ୍ତାନରେ ଅନୁଷ୍ଠିତ ବୈଶାଖୀ ଯାତ୍ରାରେ ଯୋଗଦେଇଥିଲା  । ହରକିରତ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ପାକିସ୍ତାନ ନେଇଥିଲା  । ସେଠାରେ ସେ ଜ୍ୟୋତିକୁ ପାକିସ୍ତାନୀ ଅଫିସରଙ୍କ ସହ ପରିଚୟ କରାଇଥିଲା  । ଏଭଳି ଭାବେ ଜ୍ୟୋତିର ଗୁମର ପେଡ଼ି ଖୋଲିବାରେ ଲାଗିଛି  । ସେହିପରି ୨୦୨୪ରେ ଜ୍ୟୋତି ପୁଣିଥରେ ବୈଶାଖୀ ମେଳାକୁ ଯିବା ସହ ପାକିସ୍ତାନରେ ମାସେ ରହିଥିଲା  । ଅପ୍ରେଲ ୧୭ରୁ ମେ’ ୨୫ ପର୍ଯ୍ୟନ୍ତ ଜ୍ୟୋତି ସେଠାରେ ରହିଥିବା ନେଇ ତଦନ୍ତକାରୀ ଅଫିସର ଜାଣିବାକୁ ପାଇଛନ୍ତି  । ତୀର୍ଥଯାତ୍ରୀ ଭାବେ ଯାଇ ଜ୍ୟୋତି ପାକିସ୍ତାନ ଜାଲରେ ପଡ଼ିଯାଇଥିଲା  । ସେହିପରି ଏଥିପାଇଁ ସେ କେତେ ଟଙ୍କା ପାଇଥିଲା ସେନେଇ ବି ଖୋଳତାଡ଼ ଆରମ୍ଭ ହୋଇଯାଇଛି  ।