ଏନଏସ୍ଇ ବୁଲ୍ ପ୍ରତିମୂର୍ତ୍ତି ଓ କଫି ଟେବୁଲ୍ ବୁକ୍ ଉନ୍ମୋଚନ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ମୁମ୍ବାଇ ସ୍ଥିତ ଏନ୍ଏସ୍ଇ ମୁଖ୍ୟ କାର୍ଯ୍ୟାଳୟରେ ଏନ୍ଏସ୍ଇର ଏମ୍ଡି ଓ ସିଇଓ ଆଶିଷ ଚୌହ୍ୱାନଙ୍କ ସହ ଆଇକନିକ୍ ଏନ୍ଏସ୍ଇ ବୁଲ୍ ପ୍ରତିମୂର୍ତ୍ତିକୁ ଉଦ୍ଘାଟନ କରିଥିବା ବେଳେ "ଦି ଜର୍ଣ୍ଣି ଅଫ ଏମ୍ପାୱାରିଂ ୧.୪ ବିଲିଅନ୍ ଡ୍ରିମ୍ସ' ନାମକ କଫି ଟେବୁଲ୍ ବୁକ୍କୁ ଉନ୍ମୋଚନ କରିଛନ୍ତ । ଏନ୍ଏସ୍ଇ ବୁଲ୍ ପ୍ରତିମୂର୍ତି ଦୃଢ଼ତା, ଶକ୍ତି ଓ ସ୍ଥିରତାକୁ ଦର୍ଶାଉଛି ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରମୁଖ ଆବଶ୍ୟକତା । ଏହାର ଚାରି ପାଖରେ ଭାରତର ବିବିଧ ପୃଷ୍ଠଭୂମିର ଲୋକ ଯଥା ସ୍କୁଲ ଯାଉଥିବା ବାଳକ, ଜଣେ ଗ୍ରାମୀଣ ମହିଳା ଏବଂ ପ୍ରଫେସନାଲଙ୍କ ସ୍ଥାପତ୍ୟ କଳା ରହିଛି ଯାହା ଭାରତର ନିବେଶ ପୃଷ୍ଠଭୂମିରେ ଏକତା ଓ ଅନ୍ତର୍ଭୁକ୍ତୀକରଣକୁ ଦର୍ଶାଉଛି । ସେହିପରି, ଏନ୍ଏସ୍ଇର କଫି ଟେବୁଲ୍ ବୁକ୍ "ଦି ଜର୍ଣ୍ଣି ଅଫ ଏମ୍ପାୱାରିଂ ୧.୪ ବିଲିଅନ ଡ୍ରିମ୍ସ' ହେଉଛି ଏନଏସଇର ଅଭୁ୍ୟଦୟ ଓ ଗତ ୩୦ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ଯୋଗଦାନ । ୧୯୯୪ରେ ଶୁଭାରମ୍ଭ ହେବା ପରଠାରୁ ଗତ ୩୦ ବର୍ଷ ମଧ୍ୟରେ ଭାରତୀୟ ପୁଂଜି ବଜାରରେ ଏନଏସ୍ଇ ବିପ୍ଳବ ଆଣିପାରିଛି । ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ କହିଛନ୍ତି ଯେ, "ଏନ୍ଏସ୍ଇର ବୁଲ୍ (ଷଣ୍ଢ ପ୍ରତିମୂର୍ତି) ଓ କଫି ଟେବୁଲ୍ ବୁକ୍କୁ ଉନ୍ମୋଚନ କରି ମୁଁ ବହୁତ ଖୁସି । ବୁଲ୍ ଓ କଫି ଟେବୁଲ୍ ବୁକ୍ ପାଇଁ ମୁଁ ଏନ୍ଏସ୍ଇକୁ ଅଭିନନ୍ଦନ ଜଣାଇବାକୁ ଚାହୁଛି ଯାହା ହେଉଛିି ଭାରତର ପୁଂଜି ବଜାରରେ ବୈପ୍ଳବିକ ପରିବର୍ତନ ଆଣିବା ଓ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ଯୋଗଦାନ ପ୍ରଦାନ କରିବାରେ ଏନଏସ୍ଇ ଭୂମିକାର ପ୍ରତିଫଳନ । ଏହି ବୁଲ୍ ହେଉଛି ଆର୍ଥିକ ଦୃଢ଼ତା ଓ ଉଧ୍ୱର୍ମୁଖୀ ଧାରାର ପ୍ରତୀକ ଯାହା ଷ୍ଟକ୍ ବଜାର ଇତିହାସ ସହ ଗଭୀର ଭାବେ ଜଡ଼ିତ ରହିଛି । ଏହି ସ୍ଥାପତ୍ୟ କଳା ଚାରି ପାଖରେ ଥିବା ବିଷୟଗୁଡ଼ିକ ଏହାକୁ ସ୍ୱତନ୍ତ୍ର କରିଛି ଯେଉଁମାନେ ଭାରତର ପ୍ରଗତିରେ ବିବିଧ ଅଂଶଗ୍ରଣ ଓ ଯୋଗଦାନର ପ୍ରତିନିଧିତ୍ୱ କରୁଛନ୍ତି । ଏନ୍ଏସ୍ଇ କେବଳ ଏକ ଆର୍ଥିକ ଅନୁଷ୍ଠାନ ନୁହେଁ, ଏହା ହେଉଛି ଭାରତର ଅଭିବୃଦ୍ଧି ଓ ଆକାଂକ୍ଷାର ପ୍ରତିକ ।