ବିଜେଡି ଆପେ ଆପେ ଭାଙ୍ଗିଯିବ: ସନାତନ ବିଜୁଳି

ବିଜେଡି ଆପେ ଆପେ ଭାଙ୍ଗିଯିବ: ସନାତନ ବିଜୁଳି

ଭୁବନେଶ୍ୱର: ବିଜେଡିକୁ ନେଇ ଗୁରୁବାର ବିଜେପି ବିଧାୟକ ସନାତନ ବିଜୁଳି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେଡି ଶେଷ ହେବାକୁ ଯାଉଛି । ଆଉ ବିକଳ୍ପ ନାହିଁ । ବିଜେଡିକୁ ଭାଙ୍ଗିବାକୁ ପଡ଼ିବନି । ଆପେ ଆପେ ଭାଙ୍ଗିଯିବ ।  ଦେଶରେ ବିଜେପି ଏକମାତ୍ର ବିକଳ୍ପ । ଯେଉଁଥିରେ ସମସ୍ତେ ମିଶିବାକୁ ଇଚ୍ଛା କରିବେ ବୋଲି ସନାତନ ବିଜୁଳି କହିଛନ୍ତି । 
ଅନ୍ୟପକ୍ଷରେ ବୁଧବାର ବିଜେପି ରାଜ୍ୟପତି ମନମୋହନ ସାମଲଙ୍କ ବିଜେଡି ଖାଲି ହୋଇଯିବ ମନ୍ତବ୍ୟକୁ ବିରୋଧ କରି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ ଯଦି ତାକତ ଅଛି ବିଜେଡିକୁ ଖାଲି କରି ଦେଖାଅ । ଏଥିସହ ସେ କହିଛନ୍ତି ଯେ ବୟାନବାଜିରେ ଲାଭ ନାହିଁ ।  କାହା ମୁହଁରେ ହାତରେ ଦେଇ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ଶ୍ରୀ ପାତ୍ର  । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦେ୍ଧଶ୍ୟରେ ପ୍ରଶ୍ନ କରିଛନ୍ତି ।