ମୁଖ୍ୟମନ୍ତ୍ରୀ ପଦରୁ ଚମ୍ପାଇ ସୋରେନଙ୍କ ଇସ୍ତଫା

ନୂଆଦିଲ୍ଲୀ: ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ  ଇସ୍ତଫା ଦେଇଛନ୍ତି ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ। ସେ  ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। 

ଚମ୍ପାଇ ଇସ୍ତଫା ଦେଇଥିବାରୁ ଜାମିନରେ ଜେଲରୁ ମୁକୁଳି ଥିବା ହେମନ୍ତ ସୋରେନ ପୁଣି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଚମ୍ପାଇ ସୋରେନ ଇସ୍ତଫା ଦେବା ପୂର୍ବରୁ ଜେଏମଏମର ବିଧାୟକ ଦଳ ବୈଠକ ହୋଇଥିଲା। ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା।ସେହିପରି ଝାରଖଣ୍ଡର ମେଣ୍ଟ ସରକାରରେ ଥିବା କଂଗ୍ରେସ ଓ ଆରଜେଡି ମଧ୍ୟ ହେମନ୍ତ ସୋରେନଙ୍କୁ ସମର୍ଥନ କରିଥିଲେ। ତେଣୁ ସେ ଝାରଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।