ଛାତ୍ରଙ୍କୁ ମାରିଥିଲେ ମାଡ଼ : ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ
ମହଙ୍ଗା ପଡ଼ିଲା ଛାତ୍ରଙ୍କୁ ମାଡ଼ ମାରିବା । ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ହେମାଞ୍ଜଳି ହୋତା ଚାକିରୀରୁ ନିଲମ୍ବିତ ହୋଇଛନ୍ତି । କିଛି ଦିନ ତଳେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଉକ୍ତ ଛାତ୍ରର ଟିସି ନେଇଯିବାକୁ ପ୍ରଧାନ ଶିକ୍ଷୟତ୍ରୀ କହୁଥିବା ବଲାଙ୍ଗିର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରିଥିଲେ। ଏହାପରେ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ।