ସାଧୁ ଚରଣ ମିଶ୍ରଙ୍କର ଶ୍ରାଦ୍ଧ ବାର୍ଷିକୀ
ବଲାଙ୍ଗିର : ସ୍ଥାନୀୟ ମାଲପଡା ଠାରେ ମହାନ ଐତିହାସିକ ସ୍ୱର୍ଗତ ସାଧୁ ଚରଣ ମିଶ୍ରଙ୍କର ପଞ୍ଚଦଶ ତମ ଶ୍ରାଦ୍ଧ ବାର୍ଷିକି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ନାଗରିକ କମିଟିର ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଦୀପ ପ୍ରଜ୍ଜଳନ କରିଥିଲେ ଏବଂ ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୋପବନ୍ଧୁ ପୁରୋହିତ ମାଲ୍ୟାର୍ପଣ କରି ମନ୍ତ୍ରପାଠ କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ମହୁମୁଖି ପ୍ରତିଭା ଉପରେ ଧର୍ମବ୍ରତ ରଥ, ଅଶୋକ ·ନ୍ଦ, ଦିବାକର ହୋତା, ଡା. ସାର୍ଥକ ମିଶ୍ର, ସ୍ୱରୁପ ମିଶ୍ର, ଆଦିତ୍ୟ ମିଶ୍ର ପ୍ରମୁଖ ସ୍ମୃତି ·ରଣ କରିଥିଲେ । ଇଂରେଜ ଶାସନ ସମୟରେ ତକ୍ଷଶିଳା ଠାରେ ହ୍ୱିଲର ସାହେବଙ୍କ ନେତୃତ୍ୱରେ ଅନୁଷ୍ଠିତ ପତ୍ନତ୍ୱିକ ସ୍ୱର୍ଗତ ମିଶ୍ର ସହଯୋଗୀ ଭାବରେ ଯୋଗ ଦେଇଥିଲେ ତଥା ତତ୍କାଳିନ ପାଟଣା ଷ୍ଟେଟରେ ତହସିଲଦାର ଏବଂ ସ୍ୱାଧିନତା ପରେ ଡେପୁଟି କକ୍କେଟର ଭାବେ ଦୃଢ ପ୍ରଶାସନିକ ଭିତ୍ତିଭୂମି ନିର୍ମାଣ କରିଥିଲେ । ଐତିହାସିକ କିର୍ତ୍ତିରାଜିର ସଂରକ୍ଷଣ ଦିଗରେ କାମ କରିଥିଲେ । ଓଡିଶା ସରକାରଙ୍କ ଶାସନରେ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦପଦବୀରେ ଅଲଙ୍କୃତ ହୋଇ ୫୨ ବର୍ଷ ବୟସରେ ହୃଦଘାତରେ ଇହଧାମ ତ୍ୟାଗ କରିଥିଲେ । ଉକ୍ତ ସ୍ମୃତି ସଭାରେ ପର୍ଶୁରାମ ନାୟକ, ସତ୍ୟନାରାୟଣ ପାଣିଗ୍ରାହୀ, ସାମ୍ବାଦିକ ଆକୁଳ ବେହେରା, ପ୍ରଶନ୍ନ ମିଶ୍ର, ଗୋପାଳ କର, ଗୋ÷÷ରୀ ଶଙ୍କର ମିଶ୍ର, ନାରାୟଣ ମିଶ୍ର, ସୁମିତ ମିଶ୍ର, ଗୋପାଳ ମିଶ୍ର, ଅନନ୍ତ ବିଷୋଇ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରାଜେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।