ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ : ବର୍ଲିନ୍ ଯିବେ କିଟ୍ର ୪୦ ଖେଳାଳି
ଭୁବନେଶ୍ୱର : ଜୁଲାଇ୧୬ ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ, ରାଇନ-ରୁହର ଅଞ୍ଚଳ (ଏସେନ, ବୋଚମ, ଡୁଇସବର୍ଗ, ମୁଲହେଇମ ଆନ ଡେର ରୁହର, ହାଗେନ) ଆଦି ସ୍ଥାନରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାରତରୁ ମୋଟ ୪୦୭ ଜଣ ଛାତ୍ର କ୍ରୀଡ଼ାବିତ୍, କୋଚ୍ ଓ ଅଫିସିଆଲ୍ ସାମିଲ ହୋଇଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ସର୍ବାଧିକ ୪୦ ଖେଳାଳି ଏଥିପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶାର ଉକôଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମଧ୍ୟ ଜଣେ ଲେଖାଏଁ ଖେଳାଳି ହୋଇଥିବା ବେଳେ ଓଡ଼ିଶାରୁ ମୋଟ ୪୨ଜଣ ଖେଳାଳି ଏଥିରେ ପ୍ରତିନିଧିତ୍ୱ କରୁଛନ୍ତି ।
ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ଖେଳାଳି ମନୋନୀତ ହୋଇଥିବା ବେଳେ, ସମଗ୍ର ଭାରତରେ କିଟ୍ ପ୍ରଥମ ସ୍ଥାନରେ ରହିଛି । ସେହିପରି ରାଜ୍ୟ ହିସାବରେ ପଞ୍ଜାବ ପରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଦେଶର ୪ଶହ ବିଶ୍ୱବିଦ୍ୟାଳୟ ଏହି ଚୟନ ପ୍ରକ୍ରିୟାରେ ସାମିଲ୍ ହୋଇଥିବା ବେଳେ, ୬୧ଟି ବିଶ୍ୱବିଦ୍ୟାଳୟରୁ ୩ଶହ ଶ୍ରେଷ୍ଠ କ୍ରୀଡାବିତ୍ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପାଇଁ ଚୟନ କରାଯାଇଥିଲା । ସେଥିମଧ୍ୟରୁ କେବଳ କିଟ୍ରୁ ୪୦ ଖେଳାଳି ଏଥିପାଇଁ ମନୋନୀତ ହୋଇ ଜର୍ମାନୀ ଗସ୍ତ କରୁଛନ୍ତି ।
ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇଥିବା କ୍ରୀଡା ଅଧିକାରୀ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ଅର୍ଜୁନ ପୁରସ୍କାର ବିଜେତା ରାହୁଲ ବାନାର୍ଜୀ, ଜାତୀୟ ତୀରନ୍ଦାଜ ପ୍ରଶିକ୍ଷକ ସୁରିନ୍ଦର ସିଂହ, ଅନ୍ତର୍ଜାତୀୟ ଆଥଲେଟିକ୍ସ ପ୍ରଶିକ୍ଷକ ସଞ୍ଜୟ ଗଡନାୟକ, ଅନ୍ତର୍ଜାତୀୟ ଭଲିବଲ୍ ପ୍ରଶିକ୍ଷକ ଲୋତକ ବିନ୍ଦୁ ଦାଶ ଏବଂ ଅନ୍ତର୍ଜାତୀୟ ଟେନିସ୍ ପ୍ରଶିକ୍ଷକ ଟଡ୍ କ୍ଲାର୍କ ପ୍ରମୁଖ । ଏହି ପରିପ୍ରେକ୍ଷୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୫ରେ ଅଂଶଗ୍ରହଣ କରୁଥିବା ସମଗ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଦଳ ତଥା କ୍ରୀଡାବିତ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡା ମହାନିଦେ୍ର୍ଦଶକ ଡ. ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।