କୋଶଳାଞ୍ଚଳ ଡାଲଖାଇ ପୁରସ୍କାର ଉତ୍ସବ
ବଲାଙ୍ଗିର: ହାଇଦ୍ରାବାଦ ‘ଓସାକା' ତରଫରୁ "କୋଶଳାଞ୍ଚଳ ଡାଲଖାଇ ପୁରସ୍କାର ଉସôବ ୨୦୨୪ ନୁନିଆପାଲି ଗ୍ରାମ ପଞ୍ଚାୟତର ସରଧାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ହଜିଯାଇଥିବା ପ୍ରାଚୀନ ପରମ୍ପରା ଡାଲଖାଇକୁ ବଞ୍ଚେଇବା ପ୍ରୟାସ ସହ କଳାକାରଙ୍କୁୁ ପ୍ରୋସôାହନ ପାଇଁ ଓସାକା ହାଇଦ୍ରାବାଦ ଡାଲଖାଇ ପୁରସ୍କାର ୨୦୨୩ ଠାରୁ ଆୟୋଜନ କରି ଆସୁଛି । ଏହି ବର୍ଷ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଡ଼କ୍ଟର ଘାସିରାମ ମିଶ୍ର ଯୋଗଦେବା ସହ ଡାଲଖାଇର ମୌଳିକତା ବଜାୟ ରଖିବାକୁ କଳାକାରଙ୍କୁ ଚେଷ୍ଟିତ ହେବାକୁ ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ କଳାକାରକୁ ଉସôାହ ପ୍ରଦାନ ତଥା ଗ୍ରାମାଞ୍ଚଳରେ ଆୟୋଜିତ ଓସାକାର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରସଂଶା କରିବା ସହ ଡାଲଖାଇର କର୍ମଶାଳା ଓ ଏକାଡେମିକର ବିକାଶ ଉପରେ ଆଲୋଚନା କରିଥିଲେ । ଓସାକା ତରଫରୁ ଡାଲଖାଇର ପ୍ରସିଦ୍ଧ କଳାକାର ବେଟିଖାଇ ବରିହାଙ୍କୁ "କୋଶଲ୍ ଡାଲଖାଇ ଦେବୀ’ ଉପାଧିରେ ସମ୍ମାନିତ କରାଯାଇଥିଲା । ଏହିବର୍ଷ ଡାଲଖାଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବା ଜୟ ମା’ ସମଲେଇ ପୁରୁଣା ଡାଲଖାଇ ପାର୍ଟି, ଦ୍ୱିତୀୟ ସ୍ଥାନ ପାଇଥିବା ଜୟ ମା ଦୁର୍ଗାଦେବୀ ଡାଲଖାଇ ପାର୍ଟି ଏବଂ ତୃତୀୟ ସ୍ଥାନ ପାଇଥିବା ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଡୁମେର ବାହାଲ ଗ୍ରାମର ଡାଲଖାଇ ଦଳ ଓ ଗଣ୍ଡପାଲିର ଛେଲିଆପାଟ ଡାଲଖାଇ ଦଳଙ୍କୁ ନଗଦ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ଧୁନକେଲ ବାଦକ କଳାକାର ପଦ୍ମନାଭ ବାଗ, ଢୁଳିଆ ବଳରାମ ସୁନା, ନୃତ୍ୟଗୁରୁ ଧନୁ ସାହୁ, ଡାଲଖାଇ କଳାକାର ଦୁଲଣା ବାଗଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ନିମନ୍ତ୍ରିତ ଅତିଥି ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୂପମା ପ୍ରଧାନ, ନୁନିଆପାଲି ଗ୍ରାମପଞ୍ଚାୟତର ସରପଞ୍ଚ ପୁଷ୍ପାଞ୍ଜଳି ସାହୁ, ସମିତି ସଭ୍ୟା ବିଳାସିନୀ ଭୋଇ, ଭରସୁଜା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରମିଳା ସାହୁ, ଝାରନୀପାଳୀ ଗ୍ରାମପଞ୍ଚାୟତର ସରପଞ୍ଚ ସୁନିତା ସାହୁ, ସମିତିସଭ୍ୟ ନରେଶ କୁମାର ସାହୁ, ସମାଜସେବୀ ରାଜୀବ ଭୋଇ, କୋଶଲ ସଂଗ୍ରାମୀ ସୂର୍ଯ୍ୟ ସ୍ୱାଇଁ ଏବଂ ସଂସ୍କୃତି ଗବେଷକ ଭରତ ନାଗ କୋଶଳାଞ୍ଚଳର ଡାଲଖାଇର ଉନ୍ନତି ପାଇଁ ନିଜ ନିଜ ମତାମତ ରଖିବା ସହ ଆଗାମୀ ଦିନରେ ସବୁପ୍ରକାର ସହଯୋଗ କରିବାକୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଜୀବନ ଜୀବିକା ଆଧାରିତ ପ୍ରଦର୍ଶନୀ ସହ ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ଥିଲା । ସ୍ଥାନୀୟ ସଂଯୋଜକ ଭରତ ସାହୁ ଏବଂ ଯୁବ ସଂଗଠକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ରଘୁନାଥ ରଣା, ଅଲେଖ ଡାଙ୍ଗ ଓ ବଳରାମ ମିଶ୍ର ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଓସାକା ହାଇଦ୍ରାବାଦ ତରଫରୁ ଉପଦେଷ୍ଟା ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ଓସାକା ଡାଲଖାଇ ଉପରେ କର୍ମଶାଳା ଆୟୋଜନ ସହ ଡାଲଖାଇ ଏକାଡେମୀ ପାଇଁ ସରକାରଙ୍କୁ ଅନୁରୋଧ କରିବ ବୋଲି ଜଣାଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
