ଦିବ୍ୟା ବିଶ୍ୱ ଚେସ୍ ଚାମ୍ପିଅନ୍
ନୂଆଦିଲ୍ଲୀ: ୨୪ ଦିନର ଲଢ଼େଇ ପରେ ବିଶ୍ୱ ଚେସ୍ ଟାଇଟଲ ଜିତିଲେ ଭାରତୀୟ ଝିଅ । ମହାରାଷ୍ଟ୍ର ନାଗପୁରର ଝିଅ ଦିବ୍ୟା ଦେଶମୁଖ ଚଳିତ ବର୍ଷର ଫିଡେ୍ ମହିଳା ବିଶ୍ୱକପ ଚାମ୍ପିଅନ ହୋଇଛନ୍ତି । ଆଉ ୧୯ବର୍ଷରେ ପ୍ରଥମ ମହିଳା ଭାବେ ଦିବ୍ୟା ଗ୍ରାଣ୍ଡ୍ ମାଷ୍ଟର୍ ଟାଇଟଲ ଆଖ୍ୟା ପାଇଛନ୍ତି । ଜର୍ଜିଆର ବାଟୁମିରେ ଚାଲିଥିବା ଫାଇନାଲ୍ ଖେଳରେ ରାପିଡ୍ ଟାଇ୍ ବ୍ରେକରରେ ସେ ଭାରତର ୧ ନଂ ଖେଳାଳି ଭାବେ ନିଜର ଛାପ ଛାଡ଼ିଛନ୍ତି । ଫାଇନାଲ୍ ମ୍ୟାଚ୍ରେ ଦିବ୍ୟା ତାଙ୍କ ବିପକ୍ଷ ଭେଟେରାନ୍ ଖେଳାଳି କୋନେରୁ ହମ୍ପିଙ୍କୁ ହରାଇ ଗ୍ରାଣ୍ଡ୍ ମାଷ୍ଟର୍ ଟାଇଟଲ ହାତେଇଛନ୍ତି ।
କୋନେରୁ ହମ୍ପିଙ୍କ ପାଖରେ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାର ଗୋଟିଏ ସୁଯୋଗ ଥିଲା, କିନ୍ତୁ ସେ ତାର ଲାଭ ଉଠାଇ ପାରିଲେ ନାହିଁ । ଦିବ୍ୟା କଳା ଗୋଟିରେ ଚମକôାର ଖେଳ ପ୍ରଦର୍ଶନ କରିଥିଲେ । ୧୫ତମ ସିଡ୍ ଭାବେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିବା ଦିବ୍ୟାଙ୍କ ଟୁର୍ଣ୍ଣାମେଣ୍ଟ ଯାତ୍ରା ଅତୁଳନୀୟ ଥିଲା । ବିଶ୍ୱ ଚେସ୍ର ଅନେକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲେ । ଟାଇଟଲ୍ ମୁକାବିଲାରେ ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଦେଶମୁଖ ନିଜଠାରୁ ଉଚ୍ଚ ରାଙ୍କର ଗ୍ରାଣ୍ଡମାଷ୍ଟର ତଥା ଆନ୍ଧ୍ରପ୍ରଦେଶ ଗୁଡିୱାଡାର କୋନେରୁ ହମ୍ପିଙ୍କ ସାମ୍ନା କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଗେମ୍ରେ ହମ୍ପିଙ୍କୁ ଡ୍ର’ ଖେଳିବା ପାଇଁ ବାଧ୍ୟ କରିଥିଲେ ଦିବ୍ୟା । ଫଳରେ ମ୍ୟାଚ୍ ଟ୍ରାଇବ୍ରେକରରେ ପହଞ୍ଚିଥିଲା । ଦୁଇଟି ଡ୍ର କ୍ଲାସିକାଲ ଖେଳ ପରେ ମ୍ୟାଚ୍ ରାପିଡ୍ ଟାଇବ୍ରେକରେ ପରିଣତ ହେଲା । ପ୍ରଥମ ରାପିଡ୍ ଖେଳରେ ଦିବ୍ୟା ଧଳା ଗୋଟିରେ ଖେଳିଥିଲେ, ଯାହା ଡ୍ର’ରେ ଶେଷ ହେଲା । କିନ୍ତୁ ରିଭର୍ସ ଖେଳରେ, ଦିବ୍ୟା କଳା ଗୋଟି ପାଇଥିଲେ ଏବଂ ଧୈର୍ଯ୍ୟର ସହ ଖେଳି ଦୁଇଥର ବିଶ୍ୱ ରାପିଡ୍ ଚାମ୍ପିଅନଙ୍କୁ ୨.୫-୧.୫ରେ ପରାସ୍ତ କରିଥିଲେ ।
କେନ୍ଦ୍ର ସପକ୍ଷରେ...