ଐତିହାସିକ ଚନ୍ଦନ ଯାତ୍ରା ଉଦ୍ୟାପିତ
ଫିରିଙ୍ଗିଅ। : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂ·ୟତ ଅଧୀନରେ ଥିବା ପୋଡାପଡା ଗାଁରେ ·ରିଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରଭୁ ନୃସିଂହ ଠାକୁରଙ୍କ ବାର୍ଷିକ ପୁଅ ଉତ୍ସବ ବା ଚନ୍ଦନ ଯାତ୍ରା ଉଦ୍ୟାପିତ ହୋଇଯାଇଛି । ଆବାହମାନ କାଳରୁ ଏହି ପୋଡାପଡା ଗାଁରେ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ୍ୟ ଯାତ୍ରା କମିଟି ତରଫରୁ ବହୁ ଧୂମଧାମରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯାତ୍ରାର ପ୍ରଥମ ଦିନରେ ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ·ରିଦିନ ଧରି ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ୨୭ଟି ସଂକୀର୍ତନ ଦଲ ଯୋଗଦେଇଥିଲେ । ଯାତ୍ରାର ଉଦ୍ୟାପନୀ ଉତ୍ସବରେ ରତଙ୍ଗ ପଞ୍ଚାୟତର ଶେଷ୍କାଯୋଡି ଗାଁର କଳାକାରଙ୍କ ଦ୍ୱାରା ରଜା ନାଟକ ପାରିବେଷିତ ହୋଇଥିବା ବେଳେ ଉଦ୍ୟାପନୀ ଉତ୍ସବର ରାତିରେ ପଡୋଶୀ ବନ୍ଧଗଡ଼ ଗାଁର କଳାକାରଙ୍କ ଦ୍ୱାରା ପୌରାଣିକ ନାଟକ ସମ୍ପୂର୍ଣ ମହାଭାରତ ମଞ୍ଚସ୍ଥ ହୋଇଥିଲା । ତେବେ ଯାତ୍ରା କମିଟି ସଭାପତି ଅନାଦି ଭୁକ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ମଞ୍ଚସ୍ଥ ନାଟକର ମଞ୍ଚଞ୍ଚଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ତଥା ବିଜେଡିର ବିଧାୟକ ପ୍ରାର୍ଥୀନୀ ଜୟଶ୍ରୀ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମାଧ୍ୟ୍ୟରେ ରତଙ୍ଗ ସରପଞ୍ଚ ପାର୍ବତୀ ମଲିକ, ବିଜେଡି ବ୍ଲକ ସଭାପତି ରଜନୀକାନ୍ତ ମଲିକ, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଲ,ବିଜେଡି ବ୍ଲକ ଉପସଭାପତି ପ୍ରଦୀପ କୁମାର ବେହେରା, କଳାକାର ସଙ୍ଘ ସଭାପତି ଅକ୍ଷୟ କୁମାର କର୍ଣ, ଯୁବ ବିଜେପି ନେତା ରଘୁପତି କହଁର,ମଞ୍ଚସ୍ଥ ନାଟକର ନିଦେ୍ର୍ଦଶକ ଅର୍ଜୁନ ସେଠି, ବରିଷ୍ଠ ଶିକ୍ଷାବିତ ତ୍ରିନାଥ କହଁର ଓ ପ୍ରଦୀପ କୁମାର ସାହୁଙ୍କ ସହ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରି·ଲନା କରିଥିବା ବେଳେ ଯାତ୍ରା କମିଟି ସମ୍ପାଦକ ଅଶୋକ ପ୍ରଧାନ, ସହ ସମ୍ପାଦକ ବିଦ୍ୟାଧର ଅମାତ, କୋଷାଧକ୍ଷ ଗୁଲୁ କହଁରଙ୍କ ସହ ଯାତ୍ରା କମିଟି ସଦସ୍ୟ କୁଳମଣୀ ପ୍ରଧାନ, ସନ୍ତୋଷ ଭୁକ୍ତା, ହେମନ୍ତ ବିଶୋଇ, ପ୍ରମୋଦ ପ୍ରଧାନ, ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରି·ଳନା କରିଥିବା ବେଳେ ଗାଁର ବସନ୍ତ ଭୁକ୍ତା ପୂଜା କର୍ତ୍ତା ଭାବରେ ଉପସ୍ଥିତ ଥିବା ବେଳେ ଅଞ୍ଚଳର ଜଣାଶୁଣା ପୂଜକ ବଳରାମ ନନ୍ଦ ପୂଜା କାର୍ଯ୍ୟ ଦାୟିତ୍ୱ ନେଇଥିଲେ ।