ଜିଲ୍ଲାପାଳଙ୍କ ତାଗିଦ: ଆର୍ଟିଓରେ ପଞ୍ଜୀକରଣ ଜାଲିଆତି ବନ୍ଦ
କୋରାପୁଟ : ଅରୁଣାଚଳ ପ୍ରଦେଶ(ଏ.ଆର.), ନାଗାଲ୍ୟାଣ୍ଡ(ଏନ.ଏଲ.)ରେ ପୀକୃତ କିଛି ଜାଲିଆତି ଚାସିସ୍ ନମ୍ବରଥିବା ବସ୍ର ବିକ୍ରୀବଟା ସାଙ୍ଗକୁ ମଡେଲ ବଦଳାଇ ପଞ୍ଜୀକରଣ ଭଳି କେଳେଙ୍କେରୀ କୋରାପୁଟ ଆରଟିଓ ଅଫିସରେ ଆଉ ହେଇପାରୁନାହିଁ । ବିଭିନ୍ନ ଆର୍ଥିକ ସହାୟତାକାରୀ ସଂସ୍ଥା ଦ୍ୱାରା ଚୁକ୍ତି ପୈଠରେ ଖିଲାପହେତୁ ୨୦୧୨ ରୁ ୨୦୧୫ ମସିହାର ଜବତ ବସକୁ ସଂଗଠିତ ଭାବେ କିଛି ପ୍ରଭାବଶାଳୀ ମଧ୍ୟସ୍ଥି ୨୦୧୨ରେ ନିର୍ମିତ ବିଏସ-୩ ର ଚାସିସ ନମ୍ବରକୁ ଟାମ୍ପରିଂକରି ନୁଆ ଚାସିସ ନମ୍ବର ଖୁଦାଇବାସହ ୨୦୧୭,୨୦୧୮, ୨୦୨୧ ମୋଡେଲ ବିଏସ-୪ ବସଭାବେ କୋରାପୁଟରେ ପୀକୃତ କରାଇ ବିକ୍ରୀବଟା କରି ହଟହଟା ହୋଇଥିବା ନଜିର ରହିଛି । ଆନ୍ଧ୍ର ଓ ତେଲାଙ୍ଗାନାର ବିଭିନ୍ନ ସ୍ଥାନରୁ ୨୦୦୨ ମଡେଲର ପୁରୁଣା ବସକୁୁ ଦାକ୍ଷିଣାତ୍ୟର କାରୁରସ୍ଥିତ କିଛି ବସ୍ବଡି ନିର୍ମାତାଙ୍କ ନିକଟରେଥିବା ଚେସିସ୍ ନମ୍ବର ଖୋଦେଇ ମେସିନରେ ୨୦୦୨ ମଡେଲର ବସକୁ ୨୦୧୨, ୨୦୧୪ ଆଦି ମଡେଲ କରାଇ କୋରାପୁଟରେ ଆସାଇନମେଣ୍ଟ କରାଯାଇଛି । ସୁଚନାଯୋଗ୍ୟ ଯେ, ଗତ ୨୦୧୪ ମସିହା ମାର୍ଚ୍ଚରେ ଏଭଳି ଏକ ଖୁଦାଇ ମାମଲାକୁ ନେଇ ମାଲକାନଗିରି ପୁଲିସ ତରଫରୁ ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଧାରାରେ ୨ ଜଣ ବସ୍ ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କୋରାପୁଟ ଆରଟିଓ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟରଭାବେ କାର୍ଯ୍ୟରତ ଜନୈକ ବ୍ୟକ୍ତିଙ୍କ ସହାୟତାରେ ଏ କିସମର ଛାପା ଯାନବାହନର ବିକ୍ରୀବଟାରେ ଜୟପୁରରେ ରହୁଥିବା ଗାମ ଜିଲ୍ଲାର ଜଣେ ମାଲିକ ଅନାୟାସରେ କରିପାରିଥିବା ଅଭିଯୋଗ ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ହୋଇଛି । ଏହାପୂର୍ବରୁ କୋରାପୁଟ ପରିବହନ ବିଭାଗ ତରଫରୁ ବସ ନିର୍ମଣକାରୀ କମ୍ପାନୀରୁ ଚାସିସ ନମ୍ବର ସବୁର ଯାଞ୍ଚ କରାଯାଇଥିଲା । ଏପି୩୯ଟିକୁ୍ୟ୮୫୮୫, ଏପି୩୯ଟିଟି୮ ୫୮,ଓଡି୧୦ୟୁ ୨୮୨୬,ଓଡି୧୦ୟୁ୨୮୧୫, ଓଡି୧୦ଡବ୍ଲୁ୍ୟ୭୭୦୭, ଓଡି୧୦ୟୁ୭୦୭୭, ଓଡି ୧୦କେ୭୬୫୭ ଆଦି ୧୨ ଗୋଟି ବସର ପୀକରଣ ଗତ ୨୦୨୩ ଡିସେମ୍ବର ପ୍ରଥମାର୍ଦ୍ଧରେ ରଦ୍ଦ କରିଦିଆଯାଇଛି । ପୀକରଣ ରଦ୍ଦ କରାଯାଇଥିବା ୨ଟି ବସ୍ ଆଶ୍ଚର୍ଯ୍ୟଜନକ ଭାବେ ଏନଓସି ନେଇ ଚାଲିଯିବାକୁ ବସିଥିବାବେଳେ ପରିବହନ କମିଶନରଙ୍କ ହସ୍ତକ୍ଷେପପରେ ଏଥିରେ ଫସର ଫାଟିଯାଇଥିଲେ ମଧ୍ୟ ପୀକୃତ ରଦ୍ଦ ବସକୁ ଏନଓସି ପ୍ରଦାନ ପ୍ରୋସେସ୍ କରାଯିବା ମାମଲାଟି କୋରାପୁଟ ଆରଟିଓ ଅଫିସର କାମକାର୍ଯ୍ୟ ପ୍ରତି ସନେ୍ଦହ ଜାତକରିଥିଲା । ପକୃତ ରଦ୍ଦ ବସ୍ ସବୁ ପ୍ରତି ତକôାଳୀନ ଆରଟିଓ ଆଖି ବୁଜି ଦେଇ ଆବଶ୍ୟକୀୟ ଧ୍ୟାନ ନଦେବାରୁ ସେ ବସ୍ ସବୁର ସ୍ଥିତାବସ୍ଥା ସମ୍ପର୍କେ ବର୍ତ୍ତମାନ କୌଣସି ଖୋଜଖବର ନଥିବାବେଳେ ତନ୍ମଧ୍ୟରୁ କିଛିକୁ ବିଭିନ୍ନ ଉପାୟରେ ରାଜ୍ୟ ବାହାରକୁ ପଠାଇ ଦିଆଯାଇ ପୀକୃତ ନମ୍ବର ଆଦି ବଦଳାଯାଇ ବିକ୍ରୀ କରି ଦିଆଯାଇଥିବା ଶୁଣିବାକୁ ମିଳୁଛି । ଏସବୁର ଅନ୍ତରାଳେ ସେହି ମାଷ୍ଟର ମାଇଣ୍ଡ ଡିଇଓଙ୍କ ପ୍ରଚ୍ଛନ୍ନ ହାତ ରହିଥିଲେ ମଧ୍ୟ ତାଙ୍କ ବିରୁଦେ୍ଧ କୌଣସି କାର୍ଯାୟନୁଷ୍ଠାନ ନହେବାରୁ ଜିଲ୍ଲା ବ୍ୟାପୀ ବୁଦ୍ଧିଜୀବି ମହଲରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ସମଗ୍ର ଓଡିଶା ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ରରେ ସୁପର ଆରଟିଓଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିବା ସମ୍ପୃକ୍ତ ଡିଇଓ ଜଣକ ହାତରେ ଅସମ୍ଭବ କାର୍ଯ୍ୟ ସବୁ ମଧ୍ୟ କରାଯାଇଥିବାର ବହୁ ଅଭିଯୋଗ ହୋଇଛି । ଆ"ଃରାଜ୍ୟ ମାମଲା ହେଉ କି ଯେ କୌଣସି ପରମିଟ ହେଉ କି ଭାରତ(ବିଏଚ) ପୀକୃତ ହେଉ ଏହି ଡିଇଓ ଜଣକ ସମସ୍ତ କର୍ମଚାରୀଙ୍କୁ ବାଇପାସ କରି ଫାଇଲ କାମକାର୍ଯ୍ୟ କରିପାରୁଥିଲା । କୋରାପୁଟ ଆରଟିଓ କାର୍ଯ୍ୟାଳୟରେ ଅବୈଧଭାବେ ଜାଲ କାଗଜପତ୍ର ବଳରେ ହୋଇଥିବା ଭାରତ(ବିଏଚ) ପୀକୃତ ଫାଇଲ ସବୁ ଭିଜିଲାନ୍ସ ଯାଞ୍ଚ କଲେ ଏହି ଡିଇଓଙ୍କ କଳା କାରନାମାର ରହସ୍ୟ ଉନ୍ମୋଚନ ହୋଇପାରିବ । ଆଉଟସୋର୍ସିଂ ଜରିଆରେ ପ୍ରସନ୍ନ କୁମାର ଦାସଙ୍କ ଆରଟିଓ ଅମଳରେ ଦଲାଲରୁ ଡିଇଓଭାବେ ନିଯୁକ୍ତିପ୍ରାପ୍ତ ଏହି ବ୍ୟକ୍ତି ଜଣକଙ୍କ ପ୍ରତି ବିଳମ୍ବରେ ହେଲେମଧ୍ୟ ଜିଲ୍ଲାପାଳଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହି ବ୍ୟକ୍ତି ଜଣକ କୋରାପୁଟ ଆରଟିଓ ଅଫିସକୁ ବର୍ତ୍ତମାନ ସମୟେ ଆଉ ଆସୁନଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆରଟିଓଙ୍କ କାର୍ଯ୍ୟାଳୟକୁ ଆସୁଥିବା ବିଭିନ୍ନ ବର୍ଗର ଲୋକେ ଆଉ ହଇରାଣ ହରକତ ହେଉନଥିଲେମଧ୍ୟ ଆରଟିଓ କାର୍ଯ୍ୟାଳୟର କିଛି ଅନଭିଜ୍ଞ କର୍ମକର୍ତ୍ତାଙ୍କୁ ପ୍ରାକ୍ତନ ଡିଇଓ ଜଣକ କାମକାର୍ଯ୍ୟ ସମ୍ବନ୍ଧୀୟ ତାଲିମ ଦେଉଥିବା ଆଲୋଚନା ହେଉଛି । ପରିବହନ ବିଭାଗରେ ନିୟୋଜିତ ତାଙ୍କରି ଚାରି ଚକିଆ ଯାନବାହାନକୁ ନେଇ ସାଧାରଣରେ ପ୍ରଶ୍ନବାଚ୍ଚୀ ସୃଷ୍ଟି କରିଥିବାବେଳେ ତାଙ୍କୁ ଫେରାଇ ଆଣିବାକୁ କାମକାର୍ଯ୍ୟ ସମ୍ପର୍କୀତ ଜ୍ଞାନ ନଥିବା କିଛି କର୍ମଚାରୀ ବିଭିନ୍ନ ଉପାୟରେ କଟକସ୍ଥିତ ରାଜ୍ୟ ପରିବହନ ପ୍ରଧିକରଣରେ ପ୍ରୟାସ ଚଳାଇଥିବା ଜିଲ୍ଲାରେ ମୁଖ୍ୟ ଆଲୋଚ୍ଚନାର ବିଷୟ ପାଲଟିଛି ।