ଦୁଇ କାର୍ ମୁହାଁମୁହିଁ,୭ ମୃତ
ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧ ଜାତୀୟ ରାଜପଥର କନାବଞ୍ଚି ଗାଁ ନିକଟରେ ଏକ ଏର୍ଟିଗା କାର ନାଗପୁରରୁ ମୁମ୍ବାଇ ଯାଉଥିବାବେଳେ ଭୁଲ ପାର୍ଶ୍ୱରୁ ଆସୁଥିବା ଏକ ସ୍ୱିଫ୍ଟ ଡିଜାଇର କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ଏହା ଏତେ ଭୟଙ୍କର ଥିଲା ଯେ କାର ର୍ରେ ବସିଥିବା ଯାତ୍ରୀମାନେ ବହାରକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ସରକାରୀ ହସ୍ପିଟାଲର ଡାକ୍ତରଙ୍କ କହିବା ମୁତାବକ, ୧୦ ଜଣ ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କୁ ଆହତ ଛତ୍ରପତି ସାମ୍ବାଜୀନଗର ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।