ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ


 କେନ୍ଦୁଝର: କେନ୍ଦୁଝର ସଦର ବିଧାନସଭା ନିର୍ବାଚନମଣ୍ଡଳୀରୁ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ମୋହନ ଚରଣ ମାଝି ୨୩ ତାରିଖ ରବିବାର ଦିନ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଘଟଗାଁରେ ଆସି ପହଞ୍ଚିବେ । ଏହାପରେ ମା' ତାରିଣୀଙ୍କ ଦର୍ଶନ ସାରି ରୋଡ ଶୋ' କରିବେ । ସେଠାରୁ ପୁଣି ସେହି ହେଲକପ୍ଟରରେ କେନ୍ଦୁଝର ଆସି ରିଜର୍ଭ ପୁଲିସ ପଡିଆରେ ଓହ୍ଲାଇବେ । ପୁଣି ସେଠାରୁ କାର ଯୋଗେ ପୁରୁଣା ସହର ଯାଇ ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେବେ । ଏହା ପରେ ଏକ ରୋଡ ଶୋ'ରେ କେନ୍ଦୁଝର ସହର ପରିକ୍ରମା କରିବେ । ପରେ ଷ୍ଟାଡିୟମ ଠାରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ କେନ୍ଦୁଝର ସର୍କିଟ ହାଉସଠାରେ ସେ ରାତ୍ରିଯାପନ କରିବା ସହିତ ୨୪ ତାରିଖ ସକାଳେ ନିଜ ଗାଁ ରାଇକଳାକୁ ହେଲିକପ୍ଟରରେ ଯିବାର କାର୍ଯ୍ୟକ୍ରମ ରହିଛି । ଗାଁ ନିକଟରେ ଥିବା ଝୁମ୍ପୁରାରେ ଏକ ରୋଡ ଶୋ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ବିଜେପି ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେହିପରି ନିଜ ମାଟିରେ ଜିଲାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଓ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ଲୋକେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।