ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ
ନୀଳଗିରି: ନୀଳଗିରି ଝରଣାଘାଟି ଭାଲୁକାଶୁଣି ଛକ ନିକଟରେ ଆଜି ସକାଳେ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଉକ୍ତ ଛକ ନିକଟରେ ସୋର ଥାନା ଅଧିନ ଦହିସଡ଼ା ଗ୍ରାମର ସଞ୍ଜିବ ବେହେରା ବାଇକରେ ନୀଳଗିରି ପଟୁ ଉଦଳା ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ତେଲ ଟ୍ୟାଙ୍କର ଟ୍ରକ୍ କପ୍ତିପଦାରୁ ଶେରଗଡ଼ ଆଡକୁ ଯାଉଥିବା ବେଳେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଥଲା । ଘଟଣା ସ୍ଥଳରୁ ଟ୍ୟାଙ୍କରଟି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ଅଞ୍ଚଳବାସୀ ଗୋଡ଼ାଇ ଶେରଗଡ଼ରେ ଧରି ପୁଲିସ ଜିମା ଦେଇଥିଲେ । ତେବେ ଡ୍ରାଇଭର ଓ ହେଲପର ଫେରାର୍ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ମୃତକକୁ ଆମ୍ବୁଲେନ୍ସରେ ନୀଳଗିରି ଡାକ୍ତରଖାନା ପଠାଇଥିଲେ । ତେବେ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣାକୁ ନେଇ ଉତ୍ତେଜନା ହେବା ସହ ସ୍ଥାନୀୟ ଜନସାଧାରଣ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ ।