ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବିପତ୍ର

ାା ପ୍ରଭାନୁ୍ୟଜ ।ା ତାଳଚେର : ତାଳଚେର ଉପଖଣ୍ଡର ଯୁବକ, ଯୁବତୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣିଖଦାନ, କଳକାରଖାନା ଭିତରେ କାର୍ଯ୍ୟରତ କମ୍ପାନୀ, ସାଇଲୋ, ସିକୁ୍ୟରିଟି ସଂସ୍ଥା ଓ ଠିକା ସଂସ୍ଥା ଗୁଡିକର ସର୍ଭିସ ରେଜିଷ୍ଟର ତଦନ୍ତ ହେବା ଓ ଅଞ୍ଚଳବାସୀଙ୍କ ଗମନାଗମନ ଜନିତ ମୁଖ୍ୟ ସମସ୍ୟା ନେଇ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ତିନି ଦଫା ସମ୍ବଳିତ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତାଳଚେର ଉପଖଣ୍ଡ ମଧ୍ୟରେ ବସବାସ କରୁଥିବା ଜନସାଧାରଣ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ କହିଲେ ଅତୁ୍ୟକ୍ତି ହେବନାହିଁ । ସ୍ଥାନୀୟ ବାସିନ୍ଦାଙ୍କ ଚାଷ ଜମି ଉପରେ କଳକାରଖାନା, କୋଇଲାଖଣି ପ୍ରତିଷ୍ଠା ହେଲା, କିନ୍ତୁ ଅଞ୍ଚଳର ପାରିପାଶ୍ୱିର୍କ ଉନ୍ନତି ଆଶାନୁରୂପ ହୋଇପାରିନାହିଁ କି ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଅଭିବୃଦ୍ଧି ଘଟି ପାରିନାହିଁ । ତେବେ ଅଞ୍ଚଳବାସୀଙ୍କ ଗମନାଗମନ, ବେରୋଜଗାରକୁ ନେଇ ବିଭିନ୍ନ ସମୟରେ ଏ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହାର ସୁଫଳ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ପାଇପାରିନାହାଁନ୍ତି । ଯଦ୍ୱାରା ପ୍ରତିଦିନ ତାଳଚେର ମଧ୍ୟରେ ବେକାରୀ ସମସ୍ୟା ଉକ୍ରଟ ରୂପ ନେଉଥିବା ବେଳେ ଖଣି କଳକାରଖାନା ଭିତରେ ନିଯୁକ୍ତି ବିକ୍ରି ସ୍ଥାନୀୟବାସିନ୍ଦାଙ୍କ ଚିନ୍ତା ବଢ଼ାଇଛି । ଏଥିସହିତ ରାଜରାସ୍ତା ଉପରେ ଦୁର୍ଘଟଣା ମାତ୍ରା ବଢ଼ିବାରେ ଲାଗିଛି । ଅକାରଣରେ ସାଧାରଣ ଜନତା ଜୀବନ ହାରୁଛନ୍ତି । ଏହି ପରିପ୍ରେକ୍ଷୀରେ ତାଳଚେର ଯୁବପିଢ଼ୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ଖଣି କଳକାରଖାନା ଗୁଡିକରେ କାର୍ଯ୍ୟରତ କମ୍ପାନୀ, ସାଇଲୋ, ସିକୁ୍ୟରିଟି ସଂସ୍ଥା, ଠିକାଦାରଙ୍କ ସର୍ଭିସ ରେଜିଷ୍ଟର ତଦନ୍ତ କରି ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ସାର୍ବଜନୀନ କରାଯାଉ ଏବଂ ନିଶ୍ଚିତ କରାଯାଉ ଯେ ସେଠାରେ ତାଳଚେର ଉପଖଣ୍ଡର କେତେଜଣ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି । କୋଇଲାଖଣି ଭିତରେ ଲୋକାଲ ସେଲ୍ ବ୍ୟବସ୍ଥା ଥିବାରୁ କିଛି ମାତ୍ରାରେ ବେପାର ବାଣିଜ୍ୟ କରି ସ୍ଥାନୀୟ ଉପକୃତ ହେଉଛନ୍ତି । ସେହିପରି ଶିକ୍ଷିତ ଯୁବକଯୁବତୀ, କୁଶଳୀ, ଅର୍ଦ୍ଧ କୁଶଳୀ, ଅଣ କୁଶଳୀ ଯୁବବର୍ଗ ଉପକୃତ ହେବାପାଇଁ ଲୋକାଲ ରିକୁ୍ୟର୍ଟିମେଣ୍ଟ ଅଫିସ ଖୋଲାଯାଇ ତାହାର ସମସ୍ତ ଦାୟିତ୍ୱ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ବାହ କରିବା । ୧୪୯ ନମ୍ବର ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବହ୍ଲର ଦେଇ ବଅଁରପାଳ ଯାଏଁ ଚାରିଥାକିଆ ରାସ୍ତା ପାଇଁ ଦୀର୍ଘ ଦିନ ହେବ ଟଙ୍କା ମଞ୍ଜୁରୀ ପାଇଥିଲେ ମଧ୍ୟ ଏନଏଚଏଆଇ ଟେଣ୍ଡର ଉପରେ ଟେଣ୍ଡର ଡାକୁଛନ୍ତି କିନ୍ତୁ କାର୍ଯ୍ୟାରମ୍ଭ ହୋଇ ପାରୁନାହିଁ । ଏଣୁ ଟେଣ୍ଡର ଖୋଲିବା ପୂର୍ବରୁ ଅଧିଗ୍ରହଣ କାର୍ଯ୍ୟ ବା ପେମେଣ୍ଟ ସାରି ସ୍ଥାନୀୟ ସମସ୍ୟାରେ ସମାଧାନ ଆଣିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଉ । ତାଳଚେର ଉପଖଣ୍ଡବାସୀଙ୍କ ଉପରୋକ୍ତ ସମସ୍ୟା ଗୁଡିକୁ ହୃଦୟଙ୍ଗମ ପ୍ରତ୍ୟକ୍ଷ ଭାବେ ଉପଜିଲ୍ଲାପାଳ ମହୋଦୟ ହସ୍ତକ୍ଷେପ କରିଲେ, ନିଶ୍ଚିନ୍ତ ଭାବେ ତାଳଚେର ଯୁବପୀଢ଼ି ସମେତ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ନଚେତ୍ ଆଗାମୀ ଦିନରେ ସଂଘ ରାଜରାସ୍ତା ଉପରକୁ ଆସିବ ବୋଲି ଆଶଙ୍କା ଦେଖାଦେଉଛି ।  ଏହି ଦାବିପତ୍ର ପ୍ରଦାନ ସମୟରେ ଜନବିକାଶ କଲ୍ୟାଣ ସଂଘର ସଭାପତି ଭୁପେନ ଥମ୍ବ, ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ, କୈଳାସ ବେହେରା, ଦିବ୍ୟରଞ୍ଜନ ବାରିକ, ହିମାଂଶୁ ଶେଖର ମିଶ୍ର, କିଶୋର କୁମାର ସାହୁ, ଗଗନ ବିହାରୀ ଦାସ, ଭାଗିରଥୀ ସାହୁଙ୍କ ସମେତ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।