ମା’ଗଜଲକ୍ଷ୍ମୀ ପୂଜା

ାା ପ୍ରଭାନୁ୍ୟଜ ।ା ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କର ପୂଜା ପାଳିତ ହୋଇଯାଇଛି । ବୁହାଳ ପଞ୍ଚାୟତର ବୁହାଳଠାରେ, ନେମାଳ ପଞ୍ଚାୟତ ଫ୍ରେଣ୍ଡସ ୟୁନିୟନ, ଝାଡେଶ୍ୱରପୁର ବର୍ଗୀହାଟ, ନରେନ୍ଦ୍ରପୁର ପଞ୍ଚାୟତ ସେକ୍ସନ ବଜାର, ନିଶ୍ଚିନ୍ତକୋଇଲି ବେଲେଶ୍ୱର ପୀଠ, ତରତ, ଜନାର୍ଦ୍ଦନପୁର ପଞ୍ଚାୟତ ଶନିମନ୍ଦିର ମା’ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସ୍ଥାନୀୟ ଚିତ୍ରୋତ୍ପଳା ନଦୀରୁ ପାଣି ତୋଳାଯାଇ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥିଲା । କୁମାରପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ୭ ଦିନ ଧରି ଚାଲିବ । ସ୍ଥାନେ ସ୍ଥାନେ ଭଜନ କୀର୍ତ୍ତନ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।