ଶିକ୍ଷୟିତ୍ରୀଙ୍କୁ ରକ୍ତ କର୍କଟ: ଚିକିତ୍ସାପାଇଁ ସହଯୋଗ ଲୋଡିଲେ ପରିବାର
ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଲିପୁର ଗ୍ରାମର ସୀତା ମାରାଣ୍ଡି (୪୮)ଏବେ କଟକ ବଡମେଡିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ବିଷୟକୁ ଡାକ୍ତରଙ୍କ ସୂଚନା ପରେ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ଏହି ଶିକ୍ଷୟତ୍ରୀ ଜଣକ ସରକାରୀ ବେସରକାରୀ ଡାକ୍ତରଖାନାର ଅଭିଜ୍ଞ ଡାକ୍ତରଙ୍କ ପାଖରୁ ଚିକିତ୍ସାପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଶୁଣିବା ପରେ ପରିବାର ଲୋକେ ଅନ୍ୟର ସହଯୋଗ କାମନା କରିଛନ୍ତି । ଜନଜାତି ସମ୍ପ୍ରଦାୟର ଏହି ଝିଅ ସିତା ଙ୍କର ବାପା ବିପିର ମାରଣ୍ଡି ଦିନ ମଜୁରିଆ ଭାବେ ପରିବାର ପୋଷଣ କରୁଥିବା ବେଳେ ସୀତା ବାପାଙ୍କ ସହ କାମଶିଖିବା ସହ ପ୍ରବଳ ଇଛାଶକ୍ତି ଯୋଗୁଁ ସ୍କୁଲକୁ ଯାଇଥିଲେ । ପାଠପଢିବା ବେଳେ ଗୀତଗାଇବା,ଖେଳକୁଦରେ ଭାଗନେବା ଭଲି କାର୍ଯ୍ୟରେ ନିୟୋଜିତ ଥିଲେ । ଅଲିପୁର ୟୁପି ସ୍କୁଲରୁ ଶିକ୍ଷକତା ଜିବନ ଆରମ୍ଭ ପରେ ଏବେ ଦାମୋଦରପୁର ସରକାରୀ ନୋଡାଲରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।