ଜାମୁଡ଼ିହାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ

 ନୀଳଗିରି : ନୀଳଗିରି ବ୍ଲକ ଜାମୁଡିହା ଖେଳପଡିଆ ଠାରେ ବୀଣାପାଣି କ୍ଲବ ଆନୁକୂଲ୍ୟରେ ୪୭ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାବା ପଞ୍ଚଲିଙ୍ଗେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତ୍ରିଲୋଚନ ବାରିକ ଏବଂ ସୁରେନ୍ଦ୍ର ନାୟକ ଉଭୟ ପତାକା ଉତ୍ତୋଳନ କରିଥିଲେ । ଅପରାହ୍ନରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟଅତିଥି, ମୁଖ୍ୟବକ୍ତା ଭାବେ ରବିନାରାୟଣ ପରିଡା, ସମ୍ମାନିତଅତିଥି ଭାବେ ଅଧ୍ୟାପକ ତ୍ରିଲୋଚନ ବାରିକ ଏବଂ ଏମ. ଆଇ ଏସଡିଓ ନିଶାରି ଚରଣ ନାୟକ, ସ୍ଥାନୀୟ ସରପଞ୍ଚ ଏବଂ ସମିତିସଭ୍ୟ ଯୋଗଦେଇ ଉସôବର ମହିମାମଣ୍ଡନ କରିଥିଲେ । ପରେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଦଳକୁ ମୁଖ୍ୟଅତିଥି ଶ୍ରୀ ଖଟୁଆ ୩୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ଉପ-ବିଜେତା ଦଳକୁ ମୁଖ୍ୟବକ୍ତା ଶ୍ରୀ ପରିଡା ୨୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ସମାବେଶରେ ବିଧାୟକ ଶ୍ରୀ ଖଟୁଆ ଉକ୍ତ ଖେଳପଡିଆର ଆନୁଷଙ୍ଗିକ ଉନ୍ନତିକରଣ କରିବା ସହିତ ଗୋଡିଶୁଳ ଠାରେ ୧୮କୋଟି ବ୍ୟୟରେ ଏକ ଷ୍ଟାଡିୟମ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଫୁଟବଲ ପ୍ରତିଯୋଗିତାର ସମସ୍ତ ମ୍ୟାଚକୁ ରତନ ସ୍ୱାଇଁ, ସନ୍ତୋଷ ଏବଂ ବାପି ପରିଚାଳନା କରିଥିବା ବେଳେ ସ୍ଥାନୀୟ ଉଦୀୟମାନଯୁବକ ଟୁନା ମହାପାତ୍ର ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । କ୍ଲବ ସଦସ୍ୟ ଟୁଣିଆ ସ୍ୱାଇଁ, ବାବୁ ସ୍ୱାଇଁ, ପର୍ଶୁରାମ ପରିଡା, କାର୍ତ୍ତିକ ଚନ୍ଦ୍ର ରାଉତ, ଟିକୁ ସାହୁ, ଉମେଶ ସାହୁ, ରାମକୃଷ୍ଣ ମହାପାତ୍ର, ସଞ୍ଜୁ ଘୋଷ, ଅଶୋକ ନାୟକ, ଦୀପକ ଘୋଷ, ନୀଳମାଧବ, ରବିନ ସ୍ୱାଇଁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇ ସହଯୋଗ କରିଥିଲେ ।