କୁବେର ସଂଘ ପକ୍ଷରୁ ନୂତନ କମିଟି ଗଠିତ

 ପଟ୍ଟାମୁଣ୍ଡାଇ:  ଅଗ୍ରଣୀ ସାମାଜିକ ସଂଗଠନ ଓଡ଼ିଶା କୁବେର ସଂଘ, ପଟ୍ଟାମୁଣ୍ଡାଇ ପତ୍ରପୁର ସ୍ଥିତ କୁବେର ଭବନଠାରେ ସଭାପତି ଶ୍ରୀ ଇଶ୍ୱର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ କମିଟି ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ବଟକୃଷ୍ଣ ସାହୁ ଓ ଅଧ୍ୟାପକ ସୁରେଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇ ପରିଚାଳନା କମିଟି ଗଠନ କରାଯାଇଛି । ସଭାପତି ଶ୍ରୀ ଇଶ୍ୱର ଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଶ୍ରୀ ଗୋଲେଖ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଶ୍ରୀ ଅଭୟ କୁମାର ସାହୁ,ଉପ ସଭାପତି ପ୍ରେମଚାନ୍ଦ ସାହୁ, ବଟକୃଷ୍ଣ ସାହୁ, ଶ୍ରୀକାନ୍ତ କୁମାର ସାହୁ,ସହ ସମ୍ପାଦକ ପରମେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ନିରଞ୍ଜନ ସାହୁ, ଅତିରିକ୍ତ କୋଷାଧ୍ୟକ୍ଷ ସାବିତ୍ରୀ ସାହୁ, ଅଡିଟର ଅଭୟ ଚରଣ ସାହୁ, ଆଇନ ପରାମର୍ଶଦାତା ପୂର୍ବତନ ବିଚାରପତି ଶ୍ରୀ ସଞ୍ଜୟ କୁମାର ସାହୁ, କାର୍ଯ୍ୟନିର୍ବାହୀ ସଭ୍ୟ ଭାବରେ ନିତ୍ୟାନନ୍ଦ ସାହୁ, ରାମଚନ୍ଦ୍ର ସାହୁ, ସନ୍ଧ୍ୟାରାଣୀ ସାହୁ, ରବିନ୍ଦ୍ର କୁମାର ସାହୁ ଓ ଭୀମସେନ ସାହୁ ନିର୍ବାଚିତ ହୋଇଥିଲେ ।ଉପଦେଷ୍ଟା କମିଟିର ସଭ୍ୟ ଭାବରେ ସରୋଜ କାନ୍ତ ସାହୁ, ରବିନ୍ଦ୍ର କୁମାର ସାହୁ, ଆଦିକନ୍ଦ ସାହୁ, ପରମେଶ୍ୱର ସାହୁ, କେଶବ ଚନ୍ଦ୍ର ସାହୁ, ବିଷ୍ଣୁ ଚରଣ ସାହୁ, ବାସୁଦେବ ସାହୁ, ନାରାୟଣ ସାହୁ, ବିଶ୍ୱନାଥ ସାହୁ, କାଳନ୍ଦୀ ଚରଣ ସାହୁ ଓ ଉଦୟନାଥ ସାହୁଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ଆଳି ଅଞ୍ଚଳର ୨୭ ଟି ଗ୍ରାମର ବହୁ ସଂଖ୍ୟାରେ କୁବେର ଭାଇ ଭଉଣୀ ଉପସ୍ଥିତ ଥିଲେ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା ।ସମ୍ପାଦକ ଗୋଲେଖ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।