କାନ୍ଥବାଡ଼ରେ ସୀମିତ କମୁ୍ୟନିଷ୍ଟ ପାର୍ଟି, ୫୦ ବର୍ଷ ତଳେ ଲାଲଝଣ୍ଡା ଉଡ଼ାଇଥିଲେ ଦୁଶାସନ
ଯାଜପୁରରୁ ଶରତ ପଥାଳ: ସମୟ ଥିଲା ଲାଲଝଣ୍ଡା ତଳେ ହଜାର ହଜାର ସମର୍ଥକ ଏକାଠି ହେଉଥିଲେ । ଲାଲଝଣ୍ଡା ଦଳରୁ ଦିଆଯାଇଥିବା ବିଭିନ୍ନ ଡାକରାରେ ଦୋକାନ-ବଜାର ବନ୍ଦ ହେଉଥିଲା । ରାସ୍ତାରେ ଗାଡ଼ି ଗଡ଼ୁ ନଥିଲା କି ରେଳପଥରେ ଟ୍ରେନ ଯାଉନଥିଲା । ଅର୍ଥନୈତିକ ଅବରୋଧ ଠାରୁ ଧାରଣା ଆଉ ଘେରାଉକୁ ସଫଳ କରୁଥିଲେ ସମର୍ଥକ ଏବଂ କର୍ମୀ । କିନ୍ତୁ ରାଜନୈତିକ ଦଳ ସଂଖ୍ୟା ବଢିବା ଏବଂ ଆଞ୍ଚଳିକ ଦଳର ଗୁରୁତ୍ୱ କମୁ୍ୟନିଷ୍ଟ ଦଳ ପାଇଁ କାଳ ହେଲା । କେବଳ ସେତକି ନୁହେଁ ବିଭିନ୍ନ ସମୟରେ କଂଗ୍ରେସ ହେଉ କି ଅନ୍ୟ ରାଜନୈତିକ ଦଳ ସହ ମେଣ୍ଟ କମୁ୍ୟନିଷ୍ଟ ପାର୍ଟିକୁ ଧିରେ ଧିରେ ପଛ ସିଟ୍କୁ ନେଇଯାଇଛି । ଯାଜପୁର ଜିଲାରେ କମୁ୍ୟନିଷ୍ଟ ପାର୍ଟି କେବଳ କାନ୍ଥବାଡ଼ରେ ସିମିତ ରହିଛି । ନିର୍ବାଚନ ଭଳି ଗଣତନ୍ତ୍ରର ବଡ଼ ପର୍ବରେ କମୁ୍ୟନିଷ୍ଟ ପାର୍ଟି ଭାଗ ନେବାକୁ ଆଗଭର ହେଉନି । କେବଳ ଯାହା ଏଠାରେ ଏସୟୁସିଆଇ(ସି) ଭଳି ପାର୍ଟି ନିଜର ଉପସ୍ଥିତିକୁ ଜାହିର କରିବାକୁ ନିର୍ଦ୍ଧିଷ୍ଟ କିଛି ନିର୍ବାଚନ ମଣ୍ଡଳୀ ସହ ଲୋକସଭାରେ ପ୍ରାର୍ଥୀ ଦେବାର ଦେଖାଯାଉଛି
ଯଦି ଇତିହାସ ପୃଷ୍ଟା ଲେଉଟା ଯାଏ, ତେବେ ପଚାଶବର୍ଷ ତଳେ ଦୁଶାସନ ଜେନା ଯାଜପୁର ଜିଲା ବଡ଼ଚଣାରେ ଲାଲଝଣ୍ଡା ଉଡ଼ାଇବାକୁ ସମର୍ଥ ହୋଇଥିଲେ । ତା ପୁଣି କଂଗ୍ରେସ ଦଳର ସହଯୋଗ ଏବଂ ପୂର୍ଣ୍ଣ ସମର୍ଥନରେ । ହେଲେ ଆଜି ପର୍ଯ୍ୟନ୍ତ ଜିଲାର କୌଣସି ବି ସ୍ଥାନରେ ଲାଲଝଣ୍ଡା ଉଡ଼ାଇବାକୁ କମୁ୍ୟନିଷ୍ଟ ନେତା ସମର୍ଥ ହୋଇପାରି ନାହାନ୍ତି । ଯେତେ କମୁ୍ୟନିଷ୍ଟ ଦଳ ଅଛି, ତନ୍ମଧ୍ୟରୁ ଏସୟୁସିଆଇ(ସି) ଲଢେଇ ମଇଦାନକୁ ଓହ୍ଲାଉଥିବା ବେଳେ ଅନ୍ୟ କେହି ଓହ୍ଲାଇବାର ଦେଖାଯାଉନି । ଫଳ ମିଳୁକି ନମିଳୁ ଏସୟୁସିଆଇ କିନ୍ତୁ ନିର୍ବାଚନ ଘୋଷଣା ପରେ ପରେ ଜିଲାର ୩ଗୋଟି ବିଧାସନଭା ଏବଂ ଯାଜପୁର ଲୋକସଭା ପାଇଁପ୍ରାର୍ଥୀ ଘୋଷଣା କରିସାରିଛି । ଯେଉଁ ପ୍ରାର୍ଥୀ କାନ୍ଥବାଡ଼ରେ ନିଜର ପ୍ରଚାରକୁ ଅନ୍ୟମାନଙ୍କ ଠାରୁ ଆଗୁଆ କରିପାରିଛନ୍ତି । ପାଞ୍ଚଦଶନ୍ଧୀ ତଳକୁ ଫେରିଗଲେ ଭାରତ ଛାଡ଼ ଆନେ୍ଦାଳନ ଠୁଁ ଆରମ୍ଭ କରି ଶ୍ରମିକ ଆନେ୍ଦାଳନ ନେତୃତ୍ୱ ନେଉଥିିବା ସ୍ୱର୍ଗତ ଦୁଃଶାସନ ଜେନା ୧୯୭୪ ମସିହାରେ ଅନୁଷ୍ଠିତ ନିର୍ବାଚନରେ ସିପିଆଇରୁ ଲଢି ବଡ଼ଚଣା ନିର୍ବାଚନ ମଣ୍ଡଳରେ ପ୍ରଥମ କରି ଲାଲଝଣ୍ଡା ଉଡ଼ାଇଥିଲେ । ସ୍ୱର୍ଗତ ଜେନା ଏକମାତ୍ର ବ୍ୟକ୍ତିତ୍ୱ ଯିଏକି ଯାଜପୁର ଜିଲାରେ ଲାଲଝଣ୍ଡା ଉଡ଼ାଇବାକୁ ୪ଥର ନିର୍ବାଚନ ଲଢିବାକୁ ପଡ଼ିଥିଲା । ୧୯୭୪ମସିହାରେ ଅନୁଷ୍ଠିତ ନିର୍ବାଚନରେ ସିପିଆଇ ସହ କଂଗ୍ରେସର ମେଣ୍ଟ କାରଣରୁ ସ୍ୱର୍ଗତ ଜେନା ଉକôଳ କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରୁଥିବା ମାନଗୋବିନ୍ଦ ସାମଲଙ୍କୁ ୪୫୫୫ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାନସଭାକୁ ଯାଇପାରିଥିଲେ । ହେଲେ ପରବର୍ତ୍ତୀ ୨ଟି ନିର୍ବାଚନରେ ପରାଜିତ ହୋଇଥିଲେ ସ୍ୱର୍ଗତ ଜେନା । ୬ଥର ନିର୍ବାଚନ ମଣ୍ଡଳି ଥରେ ମାତ୍ର ନିର୍ବାଚିତ ହୋଇଥିବା ସ୍ୱର୍ଗତ ଜେନାଙ୍କ ବ୍ୟତିରକେ ଅନ୍ୟ କେହି ଲାଲଝଣ୍ଡା ଉଡ଼ାଇବାକୁ ଆଗେଇ ଆସିନାହାନ୍ତି କି ସକଳ୍ପ ମଧ୍ୟ କରିନାହାନ୍ତି । ହେଲେ କମୁ୍ୟନିଷ୍ଟ ଦଳ ଜିଲାରେ ବାମଦଳ କେନ୍ଦ୍ର ହେଉ କି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଜନ ବିରୋଧୀ ବୋଲି ଦର୍ଶାଇ ଆନେ୍ଦାଳନ କରୁଥିଲେ ହେଁ ଲୋକଙ୍କ ମନକୁ ଜିଣିପାରୁନି । ତେବେ ବିଭିନ୍ନ ସମୟରେ ଏସୟୁସିଆଇ ସଫଳତା ବଦଳରେ ସଂଗଠନକୁ ସଜାଗ ରଖିବା ପାଇଁ ନିର୍ବାଚନକୁ ଓହ୍ଲାଇ ଚାଲିଛି ।