ଅସ୍ଥାୟୀ ସିଏମଓ ହେଲା ରାଜ୍ୟ ଅତିଥି ଭବନ

ଭୁବନେଶ୍ୱର: ରାଜ୍ୟ ଅତିଥି ଭବନ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ଅତିଥି ଭବନର ପ୍ରଥମ ମହଲାରେ ସିଏମଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି । ଆଜି ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବେ ରାଜ୍ୟ ଅତିଥି ଭବନ ଥିବା ଜଣାଯାଇଛି । ଯେଉଁଠି ବିଭିନ୍ନ ଅଫିସର, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବିଭିନ୍ନ ରାଜନେତା ତାଙ୍କୁ ଭେଟୁଥିବା ଜଣାଯାଇଛି ।