ମହିଳାଙ୍କୁ କୁକର୍ମ, ଥାନାରେ ଏତଲା

ହିଞ୍ଜିଳିକାଟୁ : ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ୬୫ ବର୍ଷର ଜଣେ ବୃଦ୍ଧ ଘରେ ଏକାକୀ ପାଇ ବଳପୂର୍ବକ କୁକର୍ମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଘଟିଛି । ପୁଲିସ ସୂଚନା ପ୍ରକାରେ, ଶୁକ୍ରବାର ହିଞ୍ଜିଳି ଥାନା ଶାସନଆମ୍ବଗାଁର ପିତବାସ ପରିଡା ଓ ତାଙ୍କ ସ୍ତ୍ରୀ ମିଶି ସମ୍ପର୍କୀୟଙ୍କ ଗ୍ରାମକୁ ଯାଇଥିଲେ । ପରେ ତାଙ୍କରି ସ୍ୱାମୀ ପରିତକ୍ତା ଝିଅ  ସଙ୍ଗୀତା ପରିଡା (୩୦) ଘରେ ଏକାକୀ ଥିଲେ । ପିତବାସଙ୍କ ଭାଗଚାଷୀ ତଥା ସେହି ଗ୍ରାମର ସଦା ବରଡ (୬୫) ମହିଳାଙ୍କ ଘରକୁ ଆସି ଓଦା ଧାନକୁ ରାସ୍ତାରେ ଶୁଖାଇବା ଲାଗି ମହିଳାଙ୍କୁ ଡାକିଥିଲେ । ସନ୍ଧ୍ୟାରେ କାମସାରି ମହିଳା ଜଣଙ୍କ ଘରକୁ ଯାଇଥିଲେ । ମହିଳା ଜଣଙ୍କ ଘରେ ଏକାକୀ ଥିବା ଜାଣିପାରି ସଦା ବରଡ ମହିଳାଙ୍କ ଘର ଭିତରକୁ ପଶି ଜୋର ଜବରଦସ୍ତ ଦୁର୍ଷମ କରିଥିଲେ । ମହିଳା ଜଣଙ୍କ ଚିକôାର କରିବାରୁ ବୃଦ୍ଧ ଜଣଙ୍କ ଘରର ବାରିପଟ ଦେଇ ଚମ୍ପଟ ମାରିଥିଲେ । ଶନିବାର ସନ୍ଧ୍ୟାରେ ମହିଳାଙ୍କ ବାପା, ମା ଗାଁ'କୁ ଫେରି ଝିଅ ଠାରୁ ଘଟଣା ସମ୍ପର୍କରେ ଜାଣିଥିଲେ । ପରେ ଘଟଣା ନେଇ ରବିବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୪/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ରବିବାର ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି  । ବୃଦ୍ଧଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।