ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ମିଳିଳା ମୃତକଙ୍କ ପରିଚୟ, ସାଇଣ୍ଟିଫିକ୍ ଟିମର ତନାଘନା
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅତ୍ୟାଧୁନିକ ଶ୍ମଶାନ ନିକଟରୁ ହିଞ୍ଜିଳି ପୁଲିସ ଗତ ସୋମବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିଲା । ଘଟଣା ନେଇ ହିଞ୍ଜିଳି ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ମଙ୍ଗଳବାର ସକାଳେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଚିହ୍ନଟ କରିଥିଲେ । ମୃତକ ଜଣଙ୍କ ହେଲେ ପାଟପୁର ଥାନା ଡେଙ୍ଗାଡି ଗ୍ରାମର ଶିବରାମ ସୁଆଁସିଆ (୫୫) । ହତ୍ୟା ସନେ୍ଦହ କରି ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରି ଫେରିଛି । ମୃତକ ଜଣଙ୍କ ଗତ ୧୬ ତାରିଖ ଠାରୁ ପାରିବାରିକ କଳହକୁ କେନ୍ଦ୍ର କରି ଘରୁ ଫେରାର ହୋଇଯାଇଥିଲେ । ପ୍ରକାଶ ଥାଉକି, ସୋମବାର ସନ୍ଧ୍ୟାରେ ନୂତନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ଓ ଟିମ୍ ହିଞ୍ଜିଳିକାଟୁ ପୌରାଞ୍ଚଳ ଘୋଡାହାଡ ସେତୁ ନିକଟରେ ନବନିର୍ମିତ ଅତ୍ୟାଧୁନିକ ଶ୍ମଶାନ କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ । ସେହି ସମୟରେ ଶ୍ମଶାନ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତଦେହ ପଡିଥିବା ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଜବତ କରିବା ସହ ୧୫/୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ମୃତୁ୍ୟର ସଠିକ୍ କାରଣ ଜଣାପଡ଼ିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ରହସ୍ୟ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।