ମାଳ ମାଳ ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ଶୂନ୍
ଗୋପ: ଦୀର୍ଘ ବର୍ଷ ବ୍ୟବଧାନ ପରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ତାହା ପୁଣି ଲୋକଙ୍କ ସରକାର ବୋଲି ପ୍ରଚାର ହେଉଛି । ଗୋପ ବ୍ଲକରେ ଅନେକ ବର୍ଷ ହେବ ସମସ୍ତ ବିଭାଗରେ କିଛ ନା କଛି ଦର୍ନୀତି ସଂକ୍ରାନ୍ତୀୟ ଖବର ପ୍ରସାରଣ ହୋଇଆସୁଛି । ପୂର୍ବରୁ ଯେଉଁମାନେ ଦୁର୍ନୀତି ସହିତ ଜଡିତ ଥିଲେ ତାଙ୍କ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଯାହାଫଳରେ ସେମାନେ ପୁନଃ ନିର୍ଭୟରେ କେଳେଙ୍କାରୀରେ ଲିପ୍ତ ଅଛନ୍ତି । ଗତ କିଛି ମାସ ହେବ ସୁଭଦ୍ରା ଯୋଜନାକୁ ନେଇ ଉଠିଥିବା ପ୍ରସଙ୍ଗ ମଧ୍ୟରେ ଭତ୍ତାର ସମାଞ୍ଜସ୍ୟ ରହୁଛି । ବୟସକୁ ୬୦ ବର୍ଷ ରୁ ଅଧିକ ଦେଖାଇ ଭତ୍ତା ହାତେଇ ଥିବା ବ୍ୟକ୍ତି ପୁନଃ ସୁଭଦ୍ରା ଯୋଜନାରେ ଯୋଗ୍ୟ ହେଲା କିପରି । କେବଳ ଏତିକି ନୁହେଁ ଏଠି କେଳେଙ୍କାରୀର ଲମ୍ବା ଲାଇନ୍ । କେବଳ ନିଦେ୍ର୍ଦଶ କିନ୍ତୁ କାର୍ଯାନୁଷ୍ଠାନ ହେଉନି । ଏଭଳି ଏକ ଘଟଣା ଗୋପ ବ୍ଲକ୍ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ଘଟଣା ଯେତେବେଳେ ଗଣମାଧ୍ୟମରେ ପ୍ରସାରଣ ହେଲା ସେତେବେଳେ ବ୍ଲକ ପ୍ରଶାସନ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପୁଣି ତଦନ୍ତ କରିବ କିଏ? ନା ଯିଏ ଦୁର୍ନୀତିର ଅଢୁଆଳରେ ଅଛି । ଯେଉଁ ବିଭାଗରେ ଦୁର୍ନୀତି ହୋଇଛି ବୋଲି ଖବର ପ୍ରସାରଣ ହେଉଛି ତାର ପରଦା ଫାସ୍ କରିବ କିଏ ? ସମସ୍ତେତ ଏଠି ଚୋର ଉପର ଠୁ ନେଇ ତଳ ପର୍ଯ୍ୟନ୍ତ । ଯିଏ ତଦନ୍ତ ନିଦେ୍ର୍ଦଶ ଦେଉଛନ୍ତି ସେ ନିଜେ କେତେ ସ୍ୱଚ୍ଛ ଅଛନ୍ତି । ଏହା କଣ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ସହାୟକ ହେବ ନା ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି । ଏହାକୁ ନେଇ ଗୋପ ସୁରକ୍ଷା ମଞ୍ଚର ଦାବି ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ ହେଉଛି ଦୁର୍ନୀତି ସହିତ ସମ୍ପୃକ୍ତ ତାଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ହେଉ । ନଚେତ ଗୋପ ଅଞ୍ଚଳର ସମସ୍ତ ସାଧାରଣ ଜନତାଙ୍କ ଠାରୁ ସମାଜସେବୀ, ସୂଚନା ଅଧିକାରୀଙ୍କ ପର୍ଯ୍ୟନ୍ତ ଏକାଠି ହୋଇ ଗୋପ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ସୁରକ୍ଷା ମଞ୍ଚର ସଭାପତି ସ୍ପଷ୍ଟ କରିଛି । ଏହି ବ୍ଲକ୍ ଓ ତହସିଲ ଅଧୀନରେ ଥିବା ସରକାରୀ ଅନୁଷ୍ଠାନ ଯଥା ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ବିଶୁଦ୍ଧ ପାନୀୟ ଜଳ ଯୋଜନା, ଭତ୍ତା ପ୍ରଦାନ କାରୀ ସଂସ୍ଥା ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି ରାଜରାସ୍ତାକୁ ଓଲ୍ଲାଇବ ଗୋପ ସୁରକ୍ଷା ମଞ୍ଚ । ତଦନ୍ତ ହେବ ତ ଭଲ କି ହେଉ ଯେପରି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଲି ସମସ୍ତ ବିଭାଗ ଉପରେ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଯାଇ ସତକୁ ବାହାର କରାଯାଉ ।