ଜୟ ନାରାୟଣଙ୍କ ବିସ୍ଫୋରକ ମନ୍ତବ୍ୟ ‘ଓଡ଼ିଶାରେ ମିଶିବା ଭୁଲ୍’

ଭୁବନେଶ୍ୱର : ‘ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ଥିଲା’ । ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଏଭଳି ବିସ୍ଫୋରକ ମନ୍ତବ୍ୟ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏମିତିକି ଶାସକ ବିଜେପି ମଧ୍ୟ ଅକଳରେ ପଡ଼ିଯାଇଛି । ଅପରପକ୍ଷରେ ଆସନ୍ତା ସୋମବାର ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଥିବା ଜାଣିବାକୁ ମିଳିଛି । ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ଉତ୍ସବରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଲେଯେ, ‘ଆମ ସମ୍ବଲପୁର ଲୋକେ ଜାଣିବା ଦରକାର, ଉକôଳ କହିଲେ କଟକ, ପୁରୀ ଓ ବାଲେଶ୍ୱର । ଉକôଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ହୋଇଛି । କେବଳ ଉକôଳର ଜୟ ଗାନ କରାଯାଉଛି । ହେଲେ କୋଶଳ ଓ କଳିଙ୍ଗର କ’ଣ ପାଇଁ ଜୟ ଗାନ ହେବନାହିଁ ବୋଲି ଜୟ ପ୍ରଶ୍ନ କରିଛନ୍ତି । ଏଇଟା ଗୋଟେ ମାନସିକତା । ଆମକୁ ତମେ ଶୋଷଣ କରୁଛ । ଆମର ଅର୍ଥ, ଆମ ଖଣି, ଆମ ଜଙ୍ଗଲ, ଆମ ଚାଷ, ସବୁଥିରେ ଆମକୁ ଶୋଷଣ କଲ ବୋଲି ଜୟ କହିଛନ୍ତି । କଲଚରାଲି ବି ଆମକୁ ଏକ୍ସପ୍ଳଏଟ କରିବାକୁ ଚାହୁଁଛନ୍ତି । ଏଇଟା କି କଥା ? ଆମେ ଓଡ଼ିଶା ପ୍ରଦେଶରେ ମିଶିଥିଲୁ । ଆମେ ଓଡ଼ିଶା ପ୍ରଦେଶରେ ମିଶିବା ପାଇଁଆନେ୍ଦାଳନରେ ସାମିଲ୍ ହୋଇଥିଲୁ । କିନ୍ତୁ ଓଡ଼ିଶାରେ ମିଶି ଆମର ସବୁଠାରୁ ବଡ଼ ଭୁଲ୍ ହେଲା, ଆମର ଐତିହାସିକ ଭୁଲ୍ ।’ ଗୋଟିଏ ପଟେ କୋଶଳ ଆନେ୍ଦାଳନ କୁହୁଳୁଥିବାବେଳେ ଜୟଙ୍କ ଏଭଳି ମନ୍ତବ୍ୟ ସେଥିରେ ଘିଅ ଢାଳିବ ବୋଲି କୁହାଯାଉଛି । ସଭାସ୍ଥଳରେ ଜୟଙ୍କ ଏଭଳି ମନ୍ତବ୍ୟକୁ କରତାଳି ଦେଇ ସ୍ଥାନୀୟ ଲୋକମାନେ ସ୍ୱାଗତ କରିବା ଘଟଣାରୁ ଏମିତି ଅନୁମାନ କରାଯାଇପାରେ । କୋଶଳ ଆନେ୍ଦାଳନର ନେତା ଏମିତି କହିବାର ନଜିର ରହିଛି । କିନ୍ତୁ ଜଣେ ବରିଷ୍ଠ ବିଜେପି ନେତା ହୋଇ ଓଡ଼ିଶାରେ ମିଶିବା ଐତିହାସିକ ଭୁଲ୍ କହିବା ଘଟଣାକୁ ବୁଦ୍ଧୀଜୀବୀମାନେ ନିନ୍ଦା କରୁଛନ୍ତି । ଯାହାକି ବିଜେଡ଼ି ହାତରେ ଏକ ଅସ୍ତ୍ର ଧରାଇ ଦେଇଛି । ବିଧାନସଭାରେ ବିଜେଡ଼ି ଓ କଂଗ୍ରେସ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିବା ପାଇଁ ଯୋଜନା କରିଛନ୍ତି ।