ବ୍ୟାଡମିଣ୍ଟନ ଓ ଭାରୋତ୍ତଳନ ପ୍ରଶିକ୍ଷଣ ଶିବିର
ନୂଆପଡ଼ା: ଗତ ୧୫ ଦିନ ଧରି ଚାଲିଥିବା ବ୍ୟାଡମିଣ୍ଟନ ଓ ଭାରୋତ୍ତଳନ ଅଣ ଆବାସିକ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ମୋଟ ୫୮ଜଣ କ୍ରୀଡାବିତଙ୍କୁ ବ୍ୟାଡମିଣ୍ଟନ ଓ ଭାରୋତ୍ତଳନ କ୍ରୀଡ଼ା ଉପରେ ତାଲିମ ପ୍ରଦାନ କରାଯାଇଛି । ନୂଆପଡ଼ା ସହରରେ ଥିବା ଇନ୍ ଡୋର ଷ୍ଟାଡିୟମ୍ ଓ ଖରିଆର ରୋଡରେ ଥିବା ଇନ୍ଡୋର ଷ୍ଟାଡିୟମରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ତଥା ଜିଲ୍ଲା ପ୍ରଶାସନ ନୂଆପଡ଼ାଙ୍କ ଦ୍ୱାରା ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ଅଭିଜ୍ଞ ବ୍ୟାଡମିଣ୍ଟନ ଓ ଭାରୋତ୍ତଳାନ ପ୍ରଶିକ୍ଷକ ଚିନ୍ମୟ ବେହେରା, ସନ୍ତୋଷ କୁମାର ମାଟି ଓ ଭାଗବତ ରାଉତଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉଦ୍ୟାପନୀ ଉତ୍ସବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କ୍ରୀଡାବିତ୍ମାନଙ୍କୁ ମାନପତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ ।