ଗ୍ୟାସ ଟାଙ୍କି ଫାଟି ଜୀଅନ୍ତା ଜଳିଗଲେ ଦୁଇ ଶିଶୁ 


ାା ପ୍ରଭାନୁ୍ୟଜ୍ ।ା ରାଜନଗର : ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ବଳରାମପୁର ଗ୍ରାମର ସୁକାନ୍ତ କୁମାର ସାହାଣୀଙ୍କର ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାନ ଝିଅ ଅନୁପମା ସାହାଣୀ ୧୦ ବର୍ଷ, ସତ୍ୟରଞ୍ଜନ ସାହାଣୀ ୮ ବର୍ଷ ସ୍ୱାଧିନତା ଦିବସ ପାଳନ  ପାଇଁ ଉଭୟେ ଭାଇ ଭଉଣୀ ବିଦ୍ୟାଳୟକୁ ଯାଇଥିଲେ । ସେଠାରୁ ପତାକା ଉତୋଳନ ସାରି ଘରକୁ ଫେରି ଅନୀତାଙ୍କୁ ଖାଇବାକୁ ମାଗିଥିଲେ । ଯାହା ତାଙ୍କ ପାଇଁ କାଳ ହୋଇଥିଲା । ନିଆଁ ଜଳିବା ସହ ଗ୍ୟାସ ଟାଙ୍କି ଫାଟି ଯିବାରୁ ଭୟରେ ଗାଁ ଲୋକେ ନିଆଁ ଲିଭାଇବା ସହ ପିଲା ଦୁଇଟିଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ନିଆଁରେ ଭାଇ ଓ ଭଉଣୀ ଜିଅନ୍ତା ଜଳି ଯାଇଥିଲେ । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁ ଶେଷ ହୋଇଯାଇଥିଲା । ମା’ ଅନୀତା ପୁଅ ଝିଅଙ୍କୁ ହରାଇ ବାରମ୍ବାର ଚେତା ହରାଉଥିଲେ । ବାପା କିଛିମାସ ପୂର୍ବେ ଦୁବାଇ ଯାଇଥିଲେ । ଖବରପାଇ ତହସିଲଦାର ଅଜୟ କୁମାର ମହାନ୍ତି, ବିଡିଓ ନିଶାନ ମିଶ୍ର ଓ ଆଇଆଇସି ଅଜୟ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚô ଶବ ଦୁଇଟିକୁ ଉଦ୍ଧାର କରି ଅପମୃତୁ୍ୟ ମାମଲା ରଜୁ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ । ଖବରପାଇ ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ, ଏସପି ସିଦ୍ଧାର୍ଥ କଟାରିଆ ପହଞ୍ଚô ମା’ ଅନୀତାଙ୍କୁ ସାନ୍ତ୍ୱନା ଦେବା ସହ ସହାୟତା ପାଇଁ ରେଡକ୍ରସ ପାଣ୍ଠିରୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ୬୦ହଜାର ଟଙ୍କାର ଚେକ ସରପଞ୍ଚ ଶସ୍ମିତା ମହାନ୍ତିଙ୍କୁ ପ୍ରଦାନ କରିଥିଲେ । ଖବରପାଇ ବିଧାୟକ ଧୃବ ସାହୁ ପହଞ୍ଚô ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ପରିବାରକୁ କିପରି ସରକାରୀ ସହାୟତା ଶିଘ୍ର ମିଳିପାରିବ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଜେପି ନେତା ଲଳିତ କୁମାର ବେହେରା, କଂଗ୍ରେସ ନେତା ଅଶୋକ କୁମାର ପ୍ରତିହାରୀ, ପ୍ରାକ୍ତନ ବିଧାୟକ ବିଜେଡି ନେତା ଅଂଶୁମାନ ମହାନ୍ତି ତାଙ୍କ ପରିବାର ନିକଟରେ ପହଞ୍ଚô ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ । ବିଜେଡି ନେତା ନିରଂଜନ ରାଉତ, ଦେବେନ୍ଦ୍ର ଜେନା, ବିଜୟ ନାୟକ,  କଂଗ୍ରେସ ନେତା ପ୍ରଶାନ୍ତ ରାଉତ, ପ୍ରାକ୍ତନ ସରଂପଚ ରଂଜନକୁମାର ମହାନ୍ତି, ଜୁମର କୁମାର ସ୍ୱାଇଁଙ୍କ ସହ ବିଭିନ୍ନ ଦଳର ନେତୃବୃନ୍ଦ, ସ୍ୱେଛାସେବୀ ଅନୁଷ୍ଠାନ ସାଇନ ଫାଉଣ୍ଡେସନର କର୍ମକର୍ତା ପହଂଚି ସହାୟତା ପ୍ରଦାନ କରିଥିଲେ । ଅପରାହ୍ନରେ ଶବ ଦୁଇଟି ବ୍ୟବଛେଦ ହୋଇ ଫେରିବା ପରେ ଗାଁ ମଶାଣୀରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା  ।