ଓଏସ୍ ଅଧିକାରୀଙ୍କ ନାଁରେ ପତ୍ନୀଙ୍କ ଅଭିଯୋଗ

ଭୁବନେଶ୍ୱର : ଓଏସ୍ ଅଧିକାରୀଙ୍କ ନାଁରେ ମହିଳା ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ । ଓଏସଡିଏମଏ ଡିଜିଏମ୍ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ ଅର୍ଚ୍ଚନ । ସ୍ୱାମୀ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଆଣିଛନ୍ତି ଅଭିଯୋଗ । ପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ନବଜାତ ପୁଅକୁ ସ୍ୱାମୀ ଗ୍ରହଣ କରୁ ନଥିବା ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ । ହସ୍ପିଟାଲ ବେଡରେ ନବଜାତ ପୁଅ ଓ ସ୍ତ୍ରୀଙ୍କୁ ସ୍ୱାମୀ ଛାଡି ଚାଲିଯାଇଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ । ସବୁ ଅଭିଯୋଗର ଜବାବ ଥାନାରେ ଦେବି ବୋଲି କହିଲେ ଓଏସ୍ ଅଧିକାରୀ ।