‘ନବୀନଙ୍କ ମନ୍ତବ୍ୟ ସଇତାନର ବେଦପାଠ’
ାା ପ୍ରଭାନୁ୍ୟଜାା ଭୁବନେଶ୍ୱର: ମହିଳା ବିରୋଧୀ ହିଂସାକୁ ବିଜେପି ସରକାର ବରଦାସ୍ତ କରିବ ନାହିଁ । ଭରତପୁର ଘଟଣାରେ ସଂପୃକ୍ତ ୫ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଛି । କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ଡାକ୍ତରଖାନା ଯାଇ ପୀଡିତାଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ବିରୋଧୀ ଏହାକୁ ନେଇ ରାଜନୀତି କରୁଥିବାରୁ ବିଜେପି କଡ଼ା ନିନ୍ଦା କରିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ସଇତାନର ବେଦପାଠ ବୋଲି କହିଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଓ ମନୋଜ ମହାପାତ୍ର ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ । ସେମାନେ କହିଥିଲେଯେ, ଏହି ଘଟଣାରେ ବିଜେପି ସରକାର “ଶୂନ୍ୟ ସହନଶୀଳତା ନୀତି” ଅବଲମ୍ବନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବଦ୍ଧପରିକର । ବିଜେଡି ସରକାର ସମୟରେ ଗଣ ବଳାକôାର, ଦୁଷ୍କର୍ମ, ବ୍ୟଭିଚାର ଭଳି ଅନେକ ମହିଳା ବିରୋଧୀ ହିଂସାକାଣ୍ଡ ଘଟିଯାଇଛି । କିନ୍ତୁ ସମ୍ବେଦନହୀନ ବିଜେଡି ସରକାର ସମୟରେ ତକôାଳୀନ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ପୀଡିତାଙ୍କୁ ଭେଟୁନଥିଲେ । ମାତ୍ର ଏବେ ଏହି ଘଟଣାକୁ ନେଇ ହୀନ ରାଜନୀତି କରିବାକୁ ଉଭୟ ବିଜେଡି ଏବଂ କଂଗ୍ରେସ ଦଳ ଉଦ୍ୟମ କରୁଛି । ବିଜେଡିର ୨୪ ବର୍ଷ ଶାସନ ସମୟରେ ମହିଳା ବିରୋଧି ହିଂସା ଚରମସୀମାରେ ପହଁଚିଥିଲା । ସେହି ବିଜେଡ଼ି ଆଜି ମହିଳା ବିରୋଧି ହିଂସା ସମ୍ପର୍କରେ ମନ୍ତବ୍ୟ ଦେବା ହାସ୍ୟାସ୍ପଦ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଏହି ଘଟଣାକୁ ନେଇ ହୀନ ରାଜନୀତି କରୁଥିବା ବିଜେଡି ଓ କଂଗ୍ରେସ ଦଳ ପ୍ରଥମେ ନିଜକୁ ଆଇନାରେ ଦେଖନ୍ତୁ । ନବୀନଙ୍କ ଅମଳରେ ପରୀ, ମମିତା, ପିହୁ, ସ୍ମିତାରାଣୀ, ବେବିନା, ମାଧବିଲତା, କୁନ୍ଦୁଲି ପୀଡିତାର ପରିବାରକୁ ନ୍ୟାୟ ମିଳିଲା ନାହିଁ । ଅପରାଧକୁ ପ୍ରୋସôାହନ ଏବଂ ଅପରାଧୀକୁ ସୁରକ୍ଷା ଦେବାରେ ନବୀନ ବାବୁ ତତ୍ପରତା ଦେଖାଉଥିଲେ । ସେହି ସମୟରେ ନବୀନ ବାବୁ ସକ୍ରିୟ ଭାବ ପ୍ରଦର୍ଶନ କରିଥିଲେ, ଆଜି ଏଭଳି ପରିସ୍ଥିତି ଘଟିନଥାନ୍ତା । ବିଜେଡି ମୁଖିଆ ନବୀନ ବାବୁଙ୍କ ବକ୍ତବ୍ୟ ସଇତାନର ବେଦପାଠ ସଦୃଶ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଘଟଣାରେ ରାଜନୀତି ନକରି ଧୈର୍ଯ୍ୟ ଧରନ୍ତୁ, ପୀଡିତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।