ଟିପ ଚିହ୍ନ ନେଇ ଲକ୍ଷାଧିକ ଟଙ୍କା ହଡପ, ଥାନାରେ ଅଭିଯୋଗ


ାା ପ୍ରଭାନୁ୍ୟଜ୍ ।ା ପାପଡାହାଣ୍ଡି : ପ୍ରଗତି ଗ୍ରୁପ ଲୋନ କରାଇବା ଆଳରେ କାଗଜପତ୍ର ଓ ଟିପ ଚିହ୍ନ ନେଇ ଏଜେଣ୍ଟ ଜଣକ ଏକ ଲକ୍ଷ ବତିଶି ହଜାର ଟଙ୍କା ଉଠାଇ ଥିବା ମୋଇଦଲପୁର ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗ କରିଛନ୍ତି ମୋଇଦଲପୁର ଥାନା ଅନ୍ତର୍ଗତ ବୋରିପଦର ଗ୍ରାମର ଦେଇ ସାନ୍ତା  । ଅଭିଯୋଗ ପ୍ରକାରେ ବୋରିପଦର ଗ୍ରାମର ୬ ଜଣ ମହିଳା ଦେଇ ସାନ୍ତା, ଚମ୍ପା ସାନ୍ତା ,ସବିତା ସାନ୍ତା , ମୈତ୍ରୀ ସାନ୍ତା, କମଳା ସାନ୍ତା ଓ ତୁଳସା ସାନ୍ତାଙ୍କୁ କଣ୍ଟାସାରୁ ଗ୍ରାମର ଜଳେଶ ହରିଜନ ପ୍ରଗତି ଗ୍ରୁପ ଲୋନ କରାଇ ଦେବି କହି କାଗଜପତ୍ର ଓ ଟିପ ଚିହ୍ନ ଆଣିଥିଲେ  । କିନ୍ତୁ ଏହି ମହିଳାମାନଙ୍କ ଅଜାଣତରେ ୨୨ ହଜାର ଲେଖାଏଁ ଋଣ ହୋଇ ତାଙ୍କ ଏକାଉଣ୍ଟକୁ ଟଙ୍କା ଚଢ଼ିଥିଲା  । କିନ୍ତୁ ଆରବିଏଲ ବ୍ୟାଙ୍କ କର୍ମଚାରୀମାନେ ବୋରିପଦର ଯାଇ ଏହି ମହିଳାମାନଙ୍କୁ ଧମକଚମକ ଦେଇ ଜଣ ପିଛା  ଦୁଇ ହଜାର ଟଙ୍କା ଲେଖାଁଏ ନେଇଥିଲେ  । ପରେ ଜାଣିବାକୁ ପାଇଲେ ଯେ ଋଣ ବାବଦକୁ ଜଳେଶ ହରିଜନ ହିଁ ଋଣ ଟଙ୍କା ଉଠେଇ ନେଇଛି ବୋଲି  । ଜଳେଶ ହରିଜନ ଆମର ଅଶିକ୍ଷିତ ,ଦୁର୍ବଳ ଓ ଅସହାୟର ସୁଯୋଗ ନେଇ ଏକ ଲକ୍ଷ ବତିଶି ହଜାର ଟଙ୍କା ଉଠାଇ ନେଇଛି ବୋଲି ମୋଇଦଲପୁର ଥାନାରେ ଅଭିଯୋଗ କରିଛନ୍ତି  । ଅଭିଯୋଗକୁ ଭିତ୍ତିକରି ମୋଇଦଲପୁର ଥାନା ଏଏସଆଇ ଲୋକେଶ କୁମାର ଭୋଇ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି  ।