ନୂଆ ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଡିପିଆର୍
ଭୁବନେଶ୍ୱର : ଚିହ୍ନଟ ହୋଇଥିବା କିଛି ଜାଗାରେ ଜଙ୍ଗଲ ଓ ପ୍ରାଇଭେଟ୍ ଜମି ରହିଛି । ଆବଶ୍ୟକ ପଡିଲେ ଜଙ୍ଗଲ ଜମିରେ ପାର୍କ କିମ୍ବା ସେଭଳି ଜିନିଷ କରାଯିବ । ମେଟ୍ରୋ ମଧ୍ୟ ନୂଆ ସହରକୁ ଛୁଇଁବାକୁ ଯୋଜନା କରୁଛି । ସେହିପରି ପୁରୁଣା ଭୁବନେଶ୍ୱର ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଆଉଟର ରିଙ୍ଗ ରୋଡ ଓ ସେଣ୍ଟ୍ରାଲ ରିଙ୍ଗ ରୋଡ ପରେ ସହର ଭିଡ କମିବ । ସହରକୁ ସଜାଡିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।