ଖାଲରେ ପଡ଼ି ଜଣେ ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକା ଗ୍ରାପଞ୍ଚାୟତ ପୂଜାରିଗୁଡ଼ା ଗ୍ରାମର ସନୁ ଗୌଡ ନିକଟସ୍ଥ ନଳକୂପ ପାଖରେ ଥିବା ଲିଚପିଟ୍ କୁଣ୍ଡରେ ପଡ଼ି ପ୍ରାଣ ହରାଇଛନ୍ତି । ଏହି ଖବର ପାଇ ମାଥିଲି ବ୍ଲକ ବିଜେଡି ସଭାପତି ସଦାଶିବ ପୁଜାରୀ ଘଟଣାସ୍ଥଳକୁ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚô ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।